ସ୍ୱାଧୀନତା ପୂର୍ବରୁ ଆୟୋଜିତ ସ୍ୱାଧୀନତା ଦିବସ

0

 ଇତିହାସ କହୁଛି ଦେଶ ସ୍ୱାଧୀନ ହେବା ପୂର୍ବରୁ ସ୍ୱାଧୀନତା ଦିବସ ପାଳନ କରିବା ନେଇ ସ୍ଥିର ହୋଇ ସାରିଥିଲା । ବୋଧହୁଏ ଏହା ଖୁବ୍‌ କମ୍ ଲୋକ ଜାଣିଥିବେ । ଭାରତୀୟ ଜାତୀୟ କଂଗ୍ରେସର ୧୯୨୯ ଲାହୋର ଅଧିବେଶନ ବେଳେ ପୂର୍ଣ୍ଣ ସ୍ୱାଧୀନତାର ଘୋଷଣା ହୋଇଥିଲା । ଆଉ ସେହି ଅଧିବେଶନରେ ହିଁ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା ।ଖାଲି ସେତିକି ନୁହେଁ ଏହି ଅଧିବେଶନରେ ଦେଶବାସୀଙ୍କୁ ବ୍ରିଟିଶ ଶାସନରେ ଅସହଯୋଗ ପ୍ରଦର୍ଶନ କରିବା ପାଇଁ ନିବେଦନ କରାଯାଇଥିଲା । ଏହାସହ ପୂର୍ଣ୍ଣ ସ୍ୱାଧୀନତା ଲାଭ ପର୍ଯ୍ୟନ୍ତ କଂଗ୍ରେସର ପ୍ରତ୍ୟେକ ନିର୍ଦ୍ଦେଶକୁ ମାନିବାକୁ ମଧ୍ୟ କୁହାଯାଇଥିଲା । ୧୯୩୦ରୁ ୧୯୪୬ ମସିହା ପର୍ଯ୍ୟନ୍ତ କଂଗ୍ରେସ ଜାନୁଆରୀ ୨୬ ତାରିଖକୁ ସ୍ୱାଧୀନତା ଦିବସ ରୂପେ ପାଳନ କରିଆସୁଥିଲା । ସାଧାରଣସଭା ଆୟୋଜନ ଦ୍ୱାରା ସେତେବେଳେ ସ୍ୱାଧୀନତା ଦିବସ ପାଳିତ ହେଉଥିଲା । ଯେଉଁଥିରେ ଯୋଗ ଦେଇଥିବା ବ୍ୟକ୍ତିମାନେ ସ୍ୱାଧୀନତାର ପ୍ରତିଜ୍ଞା ନେଉଥିଲେ ।ଅନ୍ୟପଟେ ୧୯୪୬ ବେଳକୁ ବ୍ରିଟେନର ଲେବର ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ଥିଲେ । ବିଦେଶୀ ସହଯୋଗ ତଥା ଭାରତୀୟ ସେନା ସହଯୋଗରେ ମାତିଉଠିଥିବା ଭାରତୀୟଙ୍କୁ ଦମନ କରିବାର ଆଶା ସେମାନଙ୍କର କ୍ଷୀଣ ହୋଇସାରିଥିଲା । ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.