କାନାଡାକୁ ପ୍ରମାଣ ମାଗିଲା ଭାରତ

0

ନୂଆଦିଲ୍ଲୀ (ଆମ ଟିଭି): ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ନୂଆଦିଲ୍ଲୀର ସମ୍ପୃକ୍ତି ଥିବା ପ୍ରମାଣ ଦେବାକୁ କାନାଡାରେ ଭାରତର ଉଚ୍ଚାୟୁକ୍ତ ସଞ୍ଜୟ କୁମାର ବର୍ମା ଓଟ୍ଟାଓ୍ବାକୁ କହିଛନ୍ତି। କାନାଡ଼ାସ୍‌ ଗ୍ଲୋବ୍‌ ଆଣ୍ଡ ମେଲ୍‌ ଖବରକାଗଜକୁ ଏକ ସାକ୍ଷାତକାର ଦେଇ ବର୍ମା କହିଛନ୍ତି, କାନାଡା ହତ୍ୟା ମାମଲାର ତଦନ୍ତରେ ଜାଲିଆତି କରିଥିବା ସେଠାର ଉଚ୍ଚସ୍ତରୀୟ ଅଧିକାରୀ ସର୍ବସାଧାରଣରେ ବିବୃତି ଦେଇଛନ୍ତି।

ଯଦି ହତ୍ୟାରେ ଭାରତ ସମ୍ପୃକ୍ତ ତେବେ ପ୍ରମାଣ କାହିଁ? ତଦନ୍ତର ନିଷ୍କର୍ଷ କେଉଁଠି ବୋଲି ବର୍ମା ପ୍ରଶ୍ନ କରିଛନ୍ତି। ଗତ ଜୁଲାଇରେ କାନାଡାର ସୁରି ସହରରେ ଆତଙ୍କବାଦୀ ନିଜ୍ଜରଙ୍କୁ ହତ୍ୟା ଘଟଣାରେ ଭାରତୀୟ ଏଜେଣ୍ଟ ସମ୍ପୃକ୍ତ ବୋଲି କାନାଡା ପ୍ରଧାନମନ୍ତ୍ରୀ ଅଷ୍ଟିନ୍‌ ଟ୍ରୁଡୋ ସେପ୍ଟେମ୍ବରରେ ଅଭିଯୋଗ ଆଣିବା ପରେ ଭାରତ-କାନାଡା ସମ୍ପର୍କ ଖରାପ ହୋଇଥିଲା। ଅଭିଯୋଗକୁ ଭିତ୍ତିହୀନ ଓ ମନଗଢ଼ା କହି ନୂଆଦିଲ୍ଲୀ ଏହାକୁ ଖଣ୍ଡନ କରିଆସିଛି।

Leave A Reply

Your email address will not be published.