ଆଜି ଭାରତ-ବାଂଲାଦେଶ ମୁକାବିଲା

0

କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ଥିଲେ ହେଁ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ଦୁହେଁ ଭଲ ଇନିଂସ୍‌ ଖେଳି ଲୟକୁ ଫେରିଛନ୍ତି। ରାହୁଲ ୱିକେଟ୍‌ ରକ୍ଷଣ କରିବେ।

ଭାରତର ବ୍ୟାଟିଂ ଲାଇନ୍ ବେଶ୍‌ ଲମ୍ବା ରହିଛି। ଦୁବାଇର ପିଚ୍‌ ଏପରି ଯେ ଉଭୟ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଚାହିଁବେ। ଏହି ପିଚ୍‌ ଉଭୟ ପେସ୍ ଓ ସ୍ପିନରଙ୍କୁ ସହାୟତା ଦେବ। ଏଠାରେ ୫୮ଟି ଦିନିକିଆରୁ ମାତ୍ର ୪ ଥର ୩୦୦ରୁ ଅଧିକ ରନ୍‌ ହୋଇଛି। ବାଂଲାଦେଶର ମୁଖ୍ୟ ବ୍ୟାଟ୍‌ସମ୍ୟାନ ହେଲେ ଅଧିନାୟକ ନଜ୍‌ମୁଲ ହୋସେନ ଶାନ୍ତ। ତୌହିଦ୍ ହୃଦୟଙ୍କ ସହ ଦୁଇ ଅଭିଜ୍ଞ ମହମ୍ମଦୁଲ୍ଲା ଓ ମୁସ୍‌ଫିକୁର ରହିମ୍‌ ବ୍ୟାଟିଂ ଭାର ସମ୍ଭାଳିବେ। ଅଲ୍‌ରାଉଣ୍ଡର ମେହ୍‌ଦି ହାସନ୍ ମିରାଜ୍ ଦଳର ଜଣେ ଗୁରୁତ୍ବପୂର୍ଣ୍ଣ ଖେଳାଳି। ଭାରତ ବିପକ୍ଷ‌େ‌ର ସେ ଦିନିକିଆ ଶତକ ମାରିଛନ୍ତି। ସେ ମଧ୍ୟ ଭଲ ଅଫ୍‌ସ୍ପିନର। ରିସାଦ୍ ହୋସେନ୍ ଓ ତାଞ୍ଜିଦ୍‌ ହାସନ୍ ସାକିବ୍ ମଧ୍ୟ ଭଲ ଅଲ୍‌ରାଉଣ୍ଡର। ବିଶେଷଜ୍ଞ ସ୍ପିନର ଭାବେ ନାସୁମ୍ ଅହମ୍ମଦ ଖେଳିବେ। ଦୁଇ ଅଭିଜ୍ଞ ପେସର ତାସ୍କିନ୍ ଅହମ୍ମଦ ଓ ମୁସ୍ତାଫିଜର ରେହ୍‌ମାନଙ୍କ ପ୍ରତି ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କୁ ସତର୍କ ରହିବାକୁ ପଡ଼ିବ। ନାହିଦ୍‌ ରାଣା ୩ୟ ପେସ୍‌ ବୋଲର ଭାବେ ଖେଳିବେ। ଅଦ୍ୟାବଧି ଭାରତ ଓ ବାଂଲାଦେଶ ମଧ୍ୟରେ ୪୧ଟି ଦିନିକିଅାରୁ ଭାରତ ୩୨ଟି ଜିତିଛି। ଦୁବାଇରେ ଉଭୟ ଦଳଙ୍କ ମଧ୍ୟରେ ୨ ଥର ମୁକାବିଲା ହୋଇଥିବା ବେଳେ ଉଭୟ ମ୍ୟାଚ୍‌ ଭାରତ ଜିତିଛି। ବାଂଲାଦେଶ ବିପକ୍ଷରେ ବିରାଟ କୋହଲି ୫ଟି ଶତକ ସହ ୯୧୦ ଓ ରୋହିତ ଶର୍ମା ୭୮୬ ରନ୍‌ କରିଛନ୍ତି। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ‌େ‌ର ଖେଳିବା ପୂର୍ବରୁ ଭାରତ ଏହି ମ୍ୟାଚ୍‌ ଜିତିବାକୁ ଚାହିଁବ।

Leave A Reply

Your email address will not be published.