୨୪ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିପାରେ ହମଲା: ପାକ୍ ମନ୍ତ୍ରୀ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତ-ପାକିସ୍ତାନ ଉତ୍ତେଜନା ପ୍ରସଙ୍ଗ। ଭାରତର ଆକ୍ରମଣ ନେଇ ପାକ୍ ମନ୍ତ୍ରୀଙ୍କ ବଡ଼ ବୟାନ। ପାକ୍ ସୂଚନା ମନ୍ତ୍ରୀ ଅତାଉଲା ତରାରଙ୍କ ଆଶଙ୍କା। ଗୁଇନ୍ଦା ସୂତ୍ର ଆଧାରରେ ବୟାନ ଦେଇଛନ୍ତି ଅତାଉଲା। ସେ କହିଛନ୍ତି- ଆସନ୍ତା ୨୪ରୁ ୩୬ ଘଣ୍ଟା ଭିତରେ ପାକିସ୍ତାନ ଉପରେ ଭାରତ କରିପାରେ ହମଲା। ଦୁଇ ଦେଶ ମଧ୍ୟରେ ପହଲଗାଓଁ ଆତଙ୍କବାଦୀ ହମଲାକୁ ନେଇ ବାକବିତଣ୍ଡା ଜାରି ରହିଥିବାବେଳେ ସୂଚନା ମନ୍ତ୍ରୀ ଆଶଙ୍କା ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ପାକିସ୍ତାନ ଆତଙ୍କବାଦର ଶିକାର ହୋଇଆସିଛି। ଆତଙ୍କବାଦର ବିଭୀଷିକାର ଶିକାର ହୋଇଛି ପାକିସ୍ତାନ। ଦେଶବାସୀ ଆତଙ୍କବାଦକୁ ନିନ୍ଦା କରୁଛନ୍ତି। ଆତଙ୍କବାଦର ଯେ କୌଣସି ଢଙ୍ଗକୁ ବି ପାକିସ୍ତାନ ବିରୋଧ କରୁଛି ବୋଲି ସେ କହିଛନ୍ତି।

Leave A Reply

Your email address will not be published.