ଭାରତ-ଚୀନ୍ ସୀମା ବିବାଦ: ଭାରତକୁ ଆମେରିକାର ସମର୍ଥନ

0

ନୂଆଦିଲ୍ଲୀ(ଆମ ଟିଭି): ଭାରତ-ଚୀନ୍ ସୀମା ବିଦାଦ ଏବେ ବେଶ୍ ଚର୍ଚ୍ଚାରେ । ଏହାରି ଭିତରେ ଆମେରିକା ପକ୍ଷରୁ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆମେରିକା ପକ୍ଷରୁ କୁହାଯାଇଛି ଯେ, ଆଶ୍ୱସ୍ତିକର ଖବର ଯେ, ଦୁଇ ଦେଶର ସେନା ପଛକୁ ହଟିଛନ୍ତି । ଉଭୟ ପକ୍ଷର ସଂଘର୍ଷ ଶୀଘ୍ର ବିଚ୍ଛନ୍ନ ହୋଇଥିବାରୁ ଖୁସି ପ୍ରକାଶ କରିଛି ଆମେରିକା । ଏହାସହ ସ୍ଥିତି ନିୟନ୍ତ୍ରଣ ନେଇ ଭାରତର ପଦକ୍ଷେପକୁ ପ୍ରଶଂସା କରିଛି ଆମେରିକା । ତେବେ ଏଲଏସିରେ ହେଉଥିବା ଘଟଣାକ୍ରମ ଉପରେ ତୀକ୍ଷ୍ଣ ନଜର ରଖାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି ।

ଦ୍ୱିପାକ୍ଷିକ ଆଲୋଚନାରେ ଦୁଇ ଦେଶର ବିବାଦ ସମାଧାନ ହେଉ ବୋଲି ଆଶା ପ୍ରକାଶ କରିଛି ଆମେରିକା । ସହଯୋଗୀ ଦେଶକୁ ସୁରକ୍ଷା ପାଇଁ ଆମେରିକା ସବୁବେଳେ ପ୍ରତିଶ୍ରୁତି ବଦ୍ଧ ବୋଲି କହିଛି । ଏହାପୂର୍ବରୁ ଭାରତ-ଆମେରିକା ମିଳିତ ଭାବେ ଏଲଏସିର ଠାରୁ ୧୦୦ କିଲୋମିଟର ଦୂରରେ ମିଳିତ ଯୁଦ୍ଧାଭ୍ୟାସ କରିଥିଲେ । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲା ଚୀନ୍ । ଏପରିକି ଏହି ଯୁଦ୍ଧାଭ୍ୟାସ ଦ୍ୱାରା ନୂଆଦିଲ୍ଲୀ ଓ ବେଜିଂ ମଧ୍ୟରେ ହୋଇଥିବା ବୁଝାମଣାର ଉଲ୍ଲଘଂନ ହୋଇଥିବା ନେଇ ଅଭିଯୋଗ କରିଥିଲା ଚୀନ୍ । ଯାହାକୁ ନେଇ ଭାରତ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଥିଲା ଯେ, ଭାରତ-ଆମେରିକାର ଯୁଦ୍ଧାଭ୍ୟାସକୁ ନେଇ ତୃତୀୟ ଦେଶ ଟିପ୍ପଣୀ ଦେବାର ଆବଶ୍ୟକତା ନାହିଁ ।

Leave A Reply

Your email address will not be published.