ଚୀନ ସୀମାରେ ଏକାଠି ସମରାଭ୍ୟାସ କଲେ ଭାରତ ଆମେରିକା

0

ନୂଆଦିଲ୍ଲୀ: ୧୫ ଦିନିଆ ଭାରତ-ଆମେରିକା ‘କୋପ୍‌ ଇଣ୍ଡିଆ ୨୩’ ମିଳିତ ସମରାଭ୍ୟାସ ସୋମବାର କାଲାଇକୁଣ୍ଡା ଏୟାର ବେସରେ ଶେଷ ହୋଇଛି। ଏହି ଦ୍ୱିପାକ୍ଷିକ ବାୟୁ ଅଭ୍ୟାସରେ ଭାଗ ନେବାକୁ ଦୁଇ ଦେଶ ସେମାନଙ୍କର ସର୍ବୋତ୍ତମ ବିମାନ ପଠାଇଥିଲେ।ଏହି ସମରାଭ୍ୟାସରେ ଜାପାନୀ ଏୟାର ସେଲଫ ଡିଫେନ୍ସ ଫୋର୍ସର କର୍ମଚାରୀ ମଧ୍ୟ ଉପସ୍ଥିତ ଥିଲେ। ସମରାଭ୍ୟାସର ପ୍ରଥମ ପର୍ଯ୍ୟାୟ ପଶ୍ଚିମବଙ୍ଗର ପାନାଗଡ଼ ଏୟାରବେସରେ ଅନୁଷ୍ଠିତ ହୋଇଥିଲା।
ଭାରତୀୟ ବାୟୁସେନାର କ୍ୟାପଟେନ୍ ନୀରଜ ଝାମ୍ବ କହିଛନ୍ତି, ‘କୋପ୍‌ ଇଣ୍ଡିଆ’ ସମରାଭ୍ୟାସର ପ୍ରଥମ ସଂସ୍କରଣ ୨୦୦୪ ମସିହାରେ ଗ୍ୱାଲିଅର ବାୟୁସେନା ଷ୍ଟେସନରେ କରାଯାଇଥିଲା ଏବଂ ପରେ ଏହା ୨୦୦୫, ୨୦୦୬, ୨୦୦୯ ଏବଂ ୨୦୧୮ରେ ପୁନର୍ବାର କରାଯାଇଥିଲା। ଏହି ଅଭ୍ୟାସ ବାୟୁ ଯୁଦ୍ଧ କୌଶଳ ଏବଂ ସାମରିକ କ୍ଷେତ୍ରରେ ପାରସ୍ପରିକ ବୁଝାମଣା ଉପରେ ଧ୍ୟାନ ଦେଇଥାଏ।’

ଏହି ମିଳିତ ସମରାଭ୍ୟାସ୍‌ରେ ଭାରତୀୟ ବାୟୁସେନା ଏବଂ ଆମେରିକା ବାୟୁସେନା (ୟୁଏସ୍ଏଫ୍)ର ମୋଟ ୫୬୪ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଭାରତ ରାଫେଲ୍‌, ସୁଖୋଇ-୩୦ ଏମକେଆଇ, ଏଲ୍‌ସିଏ ତେଜସ୍‌, ଜାଗୁଆର୍ସ, ସି -୧୭ ଗ୍ଲୋବମାଷ୍ଟର, ସି -୩୦ ସୁପର ହର୍କ୍ୟୁଲସ୍, ଆଇଏଲ୍ -୭୪ ଏଡବ୍ଲୁଏସିଏସ୍‌ ଏବଂ ଇଆର୍‌ଜେ ୧୪୫ ଏଇଡବ୍ଲୁଆଣ୍ଡ୍‌ସି ଭଳି ବିମାନ ନିୟୋଜିତ କରିଥିଲା।

ସେହିଭଳି ଆମେରିକା ବାୟୁସେନା ଏହି ସମରାଭ୍ୟାସରେ ବି୧ବି ବମ୍ବେର୍ସ, ଏଫ୍-୧୫ଇ , ସି-୧୭ ଗ୍ଲୋବମାଷ୍ଟର୍, ସି-୧୩୦ଜେ ଏବଂ ଏମ୍‌ସି-୧୩୦ଜେ ଆଦି ବିମାନ ନିୟୋଜିତ କରିଥିଲା। ଉଲ୍ଲେଖଥାଉ କି ଆମେରିକୀୟ ବାୟୁସେନା ପ୍ରଥମ ଥର ପାଇଁ ‘କୋପ୍‌ ଇଣ୍ଡିଆ ୨୩’ ରେ ଏହାର ଦୂରଗାମୀ ବୋମା ବିସ୍ଫେ‌ାରଣକାରୀ ବି୧ବି ବମ୍ବେର୍ସ ଏବଂ ଏଫ୍-୧୫ଇ ଯୁଦ୍ଧ ବିମାନ ନିୟୋଜିତ କରିଛି।

Leave A Reply

Your email address will not be published.