ନୂଆଦିଲ୍ଲୀ : ଏସିଆ କପ୍ ରେ ବିଜୟ ଧାରା ଜାରି ରଖି ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷ ସୁପର -୪ ଜିତି ୪୧ ରନ୍ରେ ଫାଇନାଲରେ ସ୍ଥାନ ହାସଲ କରିଛି | ଏହି ମ୍ୟାଚରେ ଭାରତୀୟ ଦଳ ୨୧୩ ରନ୍ ସ୍କୋରରେ ସୀମିତ ରହିଥିଲା। ଏହା ପରେ ଟାର୍ଗେଟକୁ ଗୋଡାଇବାକୁ ଆସିଥିବା ଶ୍ରୀଲଙ୍କା ଦଳ ୪୧.୩ ଓଭରରେ ୧୭୨ ରନ୍ରେ ସୀମିତ ରହିଥିଲା।
ଭାରତୀୟ ଦଳ ପକ୍ଷରୁ ପୁଣି ଥରେ ବୋଲିଂରେ କୁଲଦୀପ ଯାଦବଙ୍କ ଯାଦୁ ଦେଖିବାକୁ ମିଳିଥିଲା, ଯିଏ ୪ ୱିକେଟ୍ ନେଇଥିଲେ। ରବିନ୍ଦ୍ର ଜାଡେଜା ଏବଂ ଜସପ୍ରୀତ ବୁମ୍ରା ମଧ୍ୟ ୨-୨ ୱିକେଟ୍ ନେଇଥିଲେ। ଏହି ମ୍ୟାଚରେ ପରାଜୟ ସହିତ ଶ୍ରୀଲଙ୍କାର କ୍ରମାଗତ ୧୩ ଟି ମ୍ୟାଚରେ ବିଜୟ ଧାରା ମଧ୍ୟ ଭାଙ୍ଗି ଯାଇଛି।