ଜାମ୍ମୁ-କାଶ୍ମୀରରେ ପ୍ରବେଶ କଲା ଭାରତ ଯୋଡ଼ୋ ଯାତ୍ରା

0

ନୂଆଦିଲ୍ଲୀ (ଆମ ଟିଭି): କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଭାରତ ଯୋଡ଼ୋ ଯାତ୍ରା ଧୀରେ ଧୀରେ ଆଗେଇ ଚାଲିଛି । କଡ଼ା ସୁରକ୍ଷା ମଧ୍ୟରେ ଆଜି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ଯାତ୍ରା ଜମ୍ମୁ କାଶ୍ମୀରରେ ପ୍ରବେଶ କରିଛି । ତେବେ ଜମ୍ମୁ କାଶ୍ମୀର ହେଉଛି ଭାରତ ଯୋଡ଼ୋ ଯାତ୍ରାର ଶେଷ ଗନ୍ତବ୍ୟ ସ୍ଥଳ। ଭାରତ ଯୋଡ଼ୋ ଯାତ୍ରା ଏହିଠାରେ ହିଁ ଶେଷ ହେବ।

ତେବେ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର କାଠୁଆରେ ନିଜର ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଥିବା ବେଳେ ପ୍ରଥମ କରି ଜ୍ୟାକେଟ୍ ପିନ୍ଧିଥିବାର ନଜର ଆସିଛନ୍ତି । ପୂର୍ବରୁ ହାଡ଼ଭଙ୍ଗା ଶୀତରେ ବି ରାହୁଲ କେବଳ ଖଣ୍ଡିଏ ଟି-ସାର୍ଟ ପିନ୍ଧି ଯାତ୍ରାରେ ଚାଲୁଥିବା ନଜର ଆସିଥିଲେ। କନ୍ୟାକୁମାରୀରେ ଯାତ୍ରା ଆରମ୍ଭ ହେବାକୁ ନେଇ ପଞ୍ଜାବ-ହିମାଚଳ ପର୍ୟ୍ୟନ୍ତ ରାହୁଲଙ୍କୁ କେବଳ ଟି-ସାର୍ଟରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ସେ ଖୁବ୍ ଚର୍ଚ୍ଚାରେ ରହିଥିଲେ।

ରାହୁଲ କେବଳ ଟି-ସାର୍ଟ ପିନ୍ଧିବା କାରଣରୁ ଅନେକ ଲୋକ ଏହାକୁ ନେଇ ଚର୍ଚ୍ଚା ବି କରିଥିଲେ। କଂଗ୍ରେସକୁ ଛାଡ଼ି ଅନ୍ୟ ରାଜନୈତିକ ଦଳର ସଦସ୍ୟ ସବୁ କହିଥିଲେ ଯେ ‘ରାହୁଲ ଏମିତି କଣ ଖାଉଛନ୍ତି ଯେ ତାଙ୍କ ଏତେ ଶୀତରେ ବି ଥଣ୍ଡା ଲାଗୁନାହିଁ।’ ଯାହାର ଉତ୍ତରରେ ରାହୁଲ କହିଥିଲେ, ‘ମୁଁ ଶୀତକୁ ଭୟ କରେ ନାହିଁ, ସେଥିପାଇଁ ମୋତେ ଥଣ୍ଡା ଲାଗୁନାହିଁ।’

Leave A Reply

Your email address will not be published.