ଶେଷରେ ଆମେରିକାରୁ ଗ୍ୟାସ ଆଣିବା ପାଇଁ ଚୁକ୍ତି କଲା ଭାରତ

0

ନୂଆଦିଲ୍ଲୀ(ଆମ ଟିଭି): ଶେଷରେ ଆମେରେକୀୟ କଂପାନୀରୁ ଗ୍ୟାସ ଆଣିବା ପାଇଁ ଭାରତ ପଦକ୍ଷେପ ଗ୍ରହଣ କରିଛି। ପ୍ରଥମ ଥର ପାଇଁ ଆମେରେକୀୟ ଉପକୂଳରେ ଥିବା ଗ୍ୟାସ କଂପାନୀଠାରୁ ଭାରତୀୟ କଂପାନୀମାନେ LPG କିଣିବା ପାଇଁ ରାଜିନାମା ସ୍ବାକ୍ଷର କରିଛନ୍ତି। ଗତକାଲି ଏକ ବଡ ପଦକ୍ଷେପ ଭାରତ ଗ୍ରହଣ କରିଛି। ପୂର୍ବରୁ ଭାରତୀୟ କଂପାନୀମାନେ ଋଷୀୟ କଂପାନୀଠାରୁ ଗ୍ୟାସ ଆମଦାନୀ କରୁଥିଲେ। ତେବେ ଭାରତ ଆମେରିକା ମଧ୍ୟରେ ବାଣିଜ୍ୟିକ ଯୁଦ୍ଧ ପାଇଁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି।

ଏ ସଂପର୍କରେ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ଇଣ୍ଡିଆନ୍ ଅଏଲ୍, ଭାରତ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (BPCL) ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (HPCL) ର ଅଧିକାରୀମାନଙ୍କର ଏକ ଦଳ ଆମେରିକା ଗସ୍ତ କରିଥିଲେ। ସେଠାରେ ଏହି ଦଳ ପ୍ରମୁଖ ଉତ୍ପାଦକମାନଙ୍କ ସହିତ ଆଲୋଚନା କରିଥିଲେ। ଏଲପିଜି କ୍ରୟ ପାଇଁ ମାଉଣ୍ଟ ବେଲଭିୟୁ ଉପରେ ଆଧାରିତ ଚୁକ୍ତିନାମା ଚୂଡ଼ାନ୍ତ ହେବା ସହିତ ଏହି ଆଲୋଚନାଗୁଡ଼ିକ ସଫଳତାର ସହ ଶେଷ ହୋଇଛି।

କେନ୍ଦ୍ରମନ୍ତ୍ରୀ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ, ସରକାରୀ କ୍ଷେତ୍ରର ତୈଳ କମ୍ପାନୀଗୁଡ଼ିକ ସାରା ଦେଶରେ ପ୍ରତି ପରିବାରକୁ ବିଶ୍ୱ ସ୍ତରରେ ସବୁଠାରୁ କମ ମୂଲ୍ୟରେ ରନ୍ଧନ ଗ୍ୟାସ୍ ଉପଲବ୍ଧତା ସୁନିଶ୍ଚିତ କରିଛନ୍ତି। ଗତ ବର୍ଷ ବିଶ୍ୱ ସ୍ତରରେ ରନ୍ଧନ ଗ୍ୟାସ୍ ମୂଲ୍ୟରେ 60 ପ୍ରତିଶତରୁ ଅଧିକ ବୃଦ୍ଧି ସତ୍ତ୍ୱେ, ଉଜ୍ଜ୍ୱଳା ଯୋଜନା ଅଧୀନରେ ହିତାଧିକାରୀମାନେ ପ୍ରାୟ ₹500 ରୁ ₹550 ର ସବସିଡି ମୂଲ୍ୟରେ ସିଲିଣ୍ଡର ପାଇଛନ୍ତି। ଗ୍ୟାସ ସିଲିଣ୍ଡର ପ୍ରକୃତ ମୂଲ୍ୟ ₹1,100 ରୁ ଅଧିକ ଥିବା ବେଳେ ହିତାଧିକାରୀମାନେ କମ ମୂଲ୍ୟରେ ଗ୍ୟାସ ପାଇଛନ୍ତି। ଏହି ଯୋଜନା ପାଇଁ ଗତ ବର୍ଷ ସରକାର ₹40,000 କୋଟିରୁ ଅଧିକ ଖର୍ଚ୍ଚ କରିଛନ୍ତି। ବର୍ତ୍ତମାନ ଭାରତୀୟ ଗ୍ୟାସ କଂପାନୀମାନେ ଆମେରେକୀୟ କଂପାନୀରୁ ଗ୍ୟାସ ଆଣିବା ପରେ ଆସନ୍ତା ବର୍ଷ ଏହାର ମୂଲ୍ୟ ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.