ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ ଠାରୁ ଟି-୨୦ ସିରିଜ ହାରିବା ପରେ ଆଜି ଭାରତୀୟ ଦଳ ଆୟରଲାଣ୍ଡ ସହ ପ୍ରଥମ ଟି-୨୦ ମ୍ୟାଚ ଖେଳିବ । ଆୟରଲାଣ୍ଡ ସହ ଭାରତ ୩ଟି ଟି-୨୦ ମ୍ୟାଚର ସିରିଜ ଖେଳିବ । ଡଲବିନରେ ଆଜି ହେବାକୁ ଥିବା ପ୍ରଥମ ମ୍ୟାଚରେ ଯଶପ୍ରୀତ ବୁମରାଙ୍କ ନେତୃତ୍ୱରେ ପଡିଆକୁ ଓହ୍ଲାଇବ ଟିମ ଇଣ୍ଡିଆ ।
ଆୟରଲାଣ୍ଡ ବିପ କ୍ଷ ଟି-୨୦ ସିରିଜରେ ଟିମ ଇଣ୍ଡିଆର ଯୁବ ବାହିନୀଙ୍କୁ ଦେଖିବାକୁ ମିଳିବ । ଦଳର ସବୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଥିବାରୁ ଯୁବ ବାହିନୀଙ୍କ କାନ୍ଧରେ ଗୁରୁ ଦାୟିତ୍ୱ ରହିଛି । ଆହତ କାରଣରୁ ଦୀର୍ଘ ୧୧ ମାସ ଧରି ପଡିଆ ବାହାରେ ରହିବା ପରେ ବୁମରା ଭାରତର ନେତୃତ୍ୱ ନେଇ ଫେରିବାକୁ ଯାଉଥିବାରୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ଦିନିକିଆ ବିଶ୍ୱକପ ପୂର୍ବରୁ ବୁମରାଙ୍କ ପାଇଁ ଏହି ଶୃଙ୍ଖଳା ମଧ୍ୟ ଫିଟନେସ ଓ ଲୟର ବଡ ପରୀକ୍ଷା ହେବ ।
ଭାରତୀୟ ଦଳ : ଯଶପ୍ରୀତ ବୁମରା (ଅଧିନାୟକ), ଋତୁରାଜ ଗାଏକ୍ବାଡ (ଉପ ଅଧିନାୟକ), ଯଶସ୍ବୀ ଜୟସ୍ବାଲ, ତିଳକ ବର୍ମା, ରିଙ୍କୁ ସିଂହ, ସଂଜୁ ସାମସନ୍ (ୱିକେଟରକ୍ଷକ), ଜିତେଶ ଶର୍ମା (ୱିକେଟରକ୍ଷକ), ଶିବମ ଦୁବେ, ୱାସିଂଟନ୍ ସୁନ୍ଦର, ସାହାବାଜ ଅହମ୍ମଦ, ରବି ବିଷ୍ଣୋଇ, ପ୍ରସିଦ୍ଧ କୃଷ୍ଣ, ଅର୍ଶଦୀପ ସିଂହ, ମୁକେଶ କୁମାର, ଆୱେସ ଖାନ୍ ।
ଆୟର୍ଲାଣ୍ଡ୍ ଦଳ : ଆଣ୍ଡ୍ରିଉ ବାଲବର୍ଣ୍ଣି (ଅଧିନାୟକ), ହାରି ଟେକ୍ଟର, ଲୋର୍କାନ୍ ଟକ୍କର, ରସ୍ ଆଡାୟର୍, ମାର୍କ ଆଡାୟର୍, କର୍ଟିସ କାମ୍ପର୍, ଗାରେଥ୍ ଡେଲାନି, ଜର୍ଜ ଡକ୍ରେଲ୍, ଫିଓନ୍ ହାଣ୍ଡ, ଜୋସ୍ ଲିଟଲ୍, ବ୍ୟାରି ମ୍ୟାକର୍ଥି, ବେନ୍ ହ୍ବାଇଟ୍, କ୍ରେଗ୍ ୟଙ୍ଗ, ଥିଓ ଭାନ୍ ୱରକମ୍ ।