ପାକିସ୍ତାନୀ ଅଧିକାରୀଙ୍କୁ ବିଦା ହେବାକୁ ୨୪ ଘଣ୍ଟିଆ ନୋଟିସ୍ ଜାରି କଲା ଭାରତ

0

ନୂଆଦିଲ୍ଲୀ (ଆମ ଟିଭି): ଆଉ ଜଣେ ପାକିସ୍ତାନୀ ଅଫିସରଙ୍କୁ ବିଦା ହେବା ପାଇଁ ଭାରତ ନୋଟିସ୍ ଜାରି କଲା । ତାଙ୍କୁ ଭାରତ ଛାଡ଼ିବା ପାଇଁ ୨୪ ଘଣ୍ଟିଆ ନୋଟିସ୍ ଦିଆଯାଇଛି ।

ଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ କାମ କରୁଥିବା ଜଣେ ଅଧିକାରୀ ନିଜର ଅଫିସିଆଲ ଷ୍ଟାଟସ୍ ବା ସ୍ଥିତି ବିଷୟରେ ସୂଚନା ଦେଇନଥିବାରୁ ତାଙ୍କୁ ତୁରନ୍ତ ଭାରତ ଛାଡ଼ିବାକୁ କୁହାଯାଇଛି ।

ଗତ ୧୩ତାରିଖ ଦିନ ଭାରତ ଅନ୍ୟ ଜଣେ ପାକ୍ ଅଧିକାରୀଙ୍କୁ ଦେଶରୁ ବିଦା କରିଥିଲା ।

Leave A Reply

Your email address will not be published.