ମଧ୍ୟପ୍ରଦେଶରେ ପହଞ୍ଚିଲା କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା

0

ଭୋପାଳ (ଆମ ଟିଭି): ଦେଶବ୍ୟାପୀ କଂଗ୍ରେସ ଆରମ୍ଭ କରିଛି ଭାରତ ଯୋଡ଼ୋ ଯାତ୍ରା । କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ୋ ଯାତ୍ରା ମଧ୍ୟପ୍ରଦେଶରେ ପହଞ୍ଚିଲା। ବୁରହାନପୁର ଦେଇ ମଧ୍ୟପ୍ରଦେଶକୁ ପ୍ରବେଶ କରିଛି ଭାରତ ଯୋଡୋ ଯାତ୍ରା। ଏହି ନିର୍ବାଚନ ମଣ୍ଡଳୀ ବିଜେପି ଅଧିନରେ ଥିବା ବେଳେ ହଜାର ହଜାର ଲୋକ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି। ପୂରା ନିର୍ବାଚନମଣ୍ଡଳୀରେ କଂଗ୍ରେସ ନିଜର ପତିଆରା ଜାହିର କରିଛି।

ମଧ୍ୟପ୍ରଦେଶରେ ଭାରତ ଯୋଡୋ ଯାତ୍ରାରେ ପ୍ରୀୟଙ୍କା ଗାନ୍ଧୀ ମଧ୍ୟ ସାମିଲ ହେବେ । ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଭାଙ୍ଗି ବିଜେପି ସରକାର ଗଢିଥିବା ବେଳେ ରାଜ୍ୟରେ ଭାରତ ଯୋଡୋ ମାଧ୍ୟମରେ ନିଜର ଦମ ଦେଖାଇବାକୁ ପ୍ରସ୍ତୁତି କରିଛି କଂଗ୍ରେସ । ଆସନ୍ତା ୩୦ରେ ରାହୁଲ ଗାନ୍ଧୀ ମହାକାଳ ଦର୍ଶନ କରି ଅନ୍ୟ ରାଜ୍ୟ ମୁହାଁ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.