୮ ୱିକେଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

0

ନୂଆଦିଲ୍ଲୀ (ଆମ ଟିଭି): ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ଭାରତ। ମ୍ୟାଚରେ କ୍ୟାପଟେନ ରୋହିତ ଶର୍ମା ଦମଦାର ଅର୍ଦ୍ଧ ଶତକ ହାସଲ କରିଥିଲେ । ଫଳରେ ଭାରତ ଏହି ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୮ ଓିକେଟରେ ପରାସ୍ତ କରିଛି । ଭାରତ ପକ୍ଷରୁ ଏହି ମ୍ୟାଚରେ ବୋଲିଂ ବାହିନୀଙ୍କ ଚମତ୍କାର ପ୍ରଦର୍ଶନ ଯୋଗୁଁ ଭାରତ ବଡ ବିଜୟ ହାସଲ କରିଛି ।

ଭାରତ ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ଆସିଥିଲା ନ୍ୟୁଜିଲାଣ୍ଡ ଦଳ । ଭାରତ ଆରମ୍ଭରୁ ଆକ୍ରାଣାତ୍ମକ ବୋଲିଂ କରି ନ୍ୟୁଜିଲାଣ୍ଡ ଦଳକୁ ଧରାଶାୟୀ କରିଥିଲା । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ ଫିଲିପ୍ସ ୩୬, ସାଣ୍ଟନର ୨୭, ବ୍ରାକୱେଲ ୨୨ ରନ କରିଥିଲେ । ଭାରତ ପକ୍ଷରୁ ଫଳରେ ଦଳ ୩୪ ଓଭର ୩ ବଲ ଖେଳି ୧୦୮ ରନରେ ଅଲଆଉଟ ହୋଇଯାଇଥିଲା ।

୧୦୯ ରନର ବିଜୟ ଲକ୍ଷ୍ୟ ନେଇ ଭାରତ ମୈଦାନକୁ ଓହ୍ଲାଇଥିଲା । ଆରମ୍ଭରୁ କ୍ୟାପଟେନ ରୋହିତ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ଅର୍ଦ୍ଧ ଶତକ ହାସଲ କରିଥିଲେ । ଭାରତ ପକ୍ଷରୁ ରୋହିତ ୫୧, ଶୁଭବନ ଗିଲଙ୍କ ୪୦ ରନର ଦମଦାର ପାଳି ଖେଳି ଭାରତକୁ ୨୦ ଓଭରରେ ଏହି ମ୍ୟାଚରେ ବିଜୟୀ କରାଇଥିଲେ । ମ୍ୟାଚରେ ଭାରତୀୟ ବୋଲିଂ ବିଭାଗ ଯୋଗୁଁ ଭାରତ ବିଜୟୀ ହୋଇଛି ।

 

Leave A Reply

Your email address will not be published.