ଋଷିଆ, ଆମେରିକା ଓ ଚାଇନାକୁ ପଛରେ ପକାଇଲା ଭାରତ: ରଚିଲା ଇତିହାସ

0

ନୂଆଦିଲ୍ଲୀ (ଆମ ଟିଭି): ସବୁଠି ଉତ୍ସାହ, ସବୁଠି ସେଲିବ୍ରେସନ । କାରଣ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଆଜି ଗର୍ବର ଦିନ। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ର ମିଶନ ‘ଚନ୍ଦ୍ରୟାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ‘ସଫ୍ଟ ଲ୍ୟାଣ୍ଡିଂ’ କରିଛି। ଏହି ଅପୂର୍ବ ସଫଳତା ସହିତ ଭାରତ ଇତିହାସ ସୃଷ୍ଟି କରିଛି। ଦକ୍ଷିଣ ମେରୁରେ ପାଦ ଦେବାରେ ଭାରତ ପୃଥିବୀର ପ୍ରଥମ ଦେଶ ହୋଇପାରିଛି।

ଏହାପୂର୍ବରୁ ରୁଷିଆ, ଆମେରିକା ଏବଂ ଚାଇନାକୁ ପଛରେ ପକାଇଛି। ଏହି ୩ ଦେଶର ଯାନ ଚନ୍ଦ୍ରପୃଷ୍ଠର ଭୁମଧ୍ୟ ରେଖାର ଉତ୍ତର କିମ୍ବା ଦକ୍ଷିଣରେ କିଛି ଡିଗ୍ରୀ ଅକ୍ଷାଂଶରେ ଲ୍ୟାଣ୍ଡିଂ କରିଛନ୍ତି। ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ସହିତ ଭାରତ ଏକ ମହାକାଶ ଶକ୍ତି ଭାବରେ ଉଭା ହୋଇଥିବାବେଳେ ଇସ୍ରୋକୁ ସାରା ବିଶ୍ୱରେ ଶୁଭେଚ୍ଛାର ସୁଅ ଛୁଟିଛି।

Leave A Reply

Your email address will not be published.