ଭାରତ-ପାକିସ୍ତାନ ମ୍ୟାଚ୍: ବର୍ଷା ସାଜିଲା ବାଧକ

0

ନୂଆଦିଲ୍ଲୀ (ଆମ ଟିଭି): ବର୍ଷା ଧୋଇଦେଲା ଭାରତ-ପାକିସ୍ତାନ ମ୍ୟାଚ୍ । ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଦୁଇ ଟିମ ମୁହାଁମୁହିଁ ହୋଇଥିଲେ । କିନ୍ତୁ ପ୍ରଥମ ମ୍ୟାଚ ଭଳି ଗତକାଲି ଖେଳାଯାଇଥିବା ମ୍ୟାଚ ବର୍ଷା ଯୋଗୁଁ ଅଧାରେ ଅଟକି ରହିଛି । ଆଜି ପୁଣି ଭାରତୀୟ ଦଳ ଗତକାଲିର ଅସମାପ୍ତ ଇନିଂସରୁ ଅର୍ଥାତ ଅଧା ପାଳିରୁ ଖେଳ ଆରମ୍ଭ କରିବ । କାଲି ଟସ ହାରି ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ।

୨୪ ଦଶମିକ ୧ ଓଭରରେ ୨ ୱିକେଟ ହରାଇ ଭାରତ ୧୪୭ ରନ କରିଥିବା ବେଳେ କଲମ୍ବୋ ପ୍ରବଳ ବର୍ଷା ହେବାରୁ ଖେଳ ସ୍ଥଗିତ ରହିଥିଲା । ପରେ ଦୁଇ ଦଳର ଅଧିନାୟକଙ୍କ ସହ ଆଲୋଚନା କରି ରିଜର୍ଭ ଡେରେ ମ୍ୟାଚ କରିବାକୁ ନିଷ୍ପତ୍ତି ନେଇଥିଲେ ଅମ୍ପାୟାର । ଉଭୟ ଦଳକୁ ୫୦ ଓଭର ଖେଳ ଖେଳିବେ । କାଲି ରୋହିତ ଶର୍ମା ଓ ଶୁଭମନ ଗିଲଙ୍କ ଓପନିଂ ଯୋଡି ୧୨୧ ରନ କରିଥିଲେ ।

Leave A Reply

Your email address will not be published.