ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍: ଫିଲ୍ଡିଂ କରିବ ଭାରତ

0

ମେଲବର୍ଣ୍ଣ (ଆମ ଟିଭି): ମେଲବର୍ଣ୍ଣରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍ । ଆରମ୍ଭ ହୋଇଯାଇଛି ଭାରତ-ପାକିସ୍ତାନ ଆସିସି ଟି-୨୦ ବିଶ୍ୱକପ୍ । ପାକିସ୍ତାନ ବିପକ୍ଷରେ ଟସ୍ ଜିତି ଭାରତର ଫିଲ୍ଡିଂ ନିଷ୍ପତ୍ତି ନେଇଛି । ଚୂଡ଼ାନ୍ତ ଏକାଦଶରେ ସାମି, ଭୁବନେଶ୍ୱର ଓ ଅର୍ଶଦୀପ ସଂ ରହିଛନ୍ତି । ସେହିପରି ଅର. ଅଶ୍ୱିନ ଓ ଅଲରାଉଣ୍ଡର ଅକ୍ଷୟ ପଟେଲ ସ୍ପିନ ଦାୟିତ୍ୱରେ ରହିଛନ୍ତି । ସୁପର-୧୨ ପର୍ୟ୍ୟାୟରେ ଭାରତ ଓ ପାକିସ୍ତାନ ସେମାନଙ୍କ ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । ୧ ଲକ୍ଷ ଦର୍ଶକ କ୍ଷମତା ବିଶିଷ୍ଟ ମେଲ୍ବୋର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍ରେ ଏହି ମୁକାବିଲା ହେଉଛି ।

ହେଲେ ସାରବିଶ୍ବର କୋଟିକୋଟି କ୍ରିକେଟ୍ପ୍ରେମୀଙ୍କ ନଜର ଏହି ମହା ମୁକାବିଲା ଉପରେ ରହିଛି । ଆନ୍ତର୍ଜାତିକ ସ୍ତରରେ ଭାରତ-ପାକିସ୍ତାନ କ୍ରିକେଟ୍ ମ୍ୟାଚ୍ କମ୍ ଖେଳାଯାଏ । କେବଳ ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ଏହି ଦୁଇ ପ୍ରତିଦ୍ବନ୍ଦ୍ବୀ ମୁହାଁମୁହିଁ ହୋଇଥାଆନ୍ତି। ତେଣୁ କ୍ରିକେଟ୍ପ୍ରେମୀ ଭାରତ-ପାକିସ୍ତାନ ମୁକାବିଲାକୁ ଅପେକ୍ଷା କରିଥାଆନ୍ତି। ମାସକ ତଳେ ଏସିଆ କପ୍ରେ ଏହି ୨ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ଉଭୟ ଦଳ ଥରେ ଲେଖାଏଁ ଜିତିଥିଲେ। ଗତ ଟ୍ବେଣ୍ଟି୨୦ ବିଶ୍ବକପ୍ର ଲିଗ୍ ପର୍ୟ୍ୟାୟରେ ଉଭୟ ଦଳଙ୍କ ମୁକାବିଲାରେ ପାକିସ୍ତାନ ୧୦ ୱିକେଟ୍ ଜିତିଥିଲା। ୧୧ ମାସ ପରେ ପୁଣିଥରେ ଟ୍ବେଣ୍ଟି୨୦ ବିଶ୍ବକପ୍ରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି ।

Leave A Reply

Your email address will not be published.