କାନାଡାକୁ ଭିସା ସେବା ପୁଣି ଆରମ୍ଭ କଲା ଭାରତ

0

ନୂଆଦିଲ୍ଲୀ: ଭାରତ-କାନାଡ ସମ୍ପର୍କରେ କିଛିଟା ସୁଧାର ଆସିଛି। ଭାରତ ସରକାର ପୁଣି ଥରେ କାନାଡୀୟଙ୍କ ପାଇଁ ଭିଜା ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କାନାଡା ସରକାର ସ୍ବାଗତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଏହା ଏକ ଭଲ ସଙ୍କେତ ବୋଲି କାନାଡା କହିଛି। ଅକ୍ଟୋବର ୨୬ ଅର୍ଥାତ୍‌ ଗୁରବାର ଠାରୁ କାନାଡାରେ ଭିଜା ସେବା ଆଂଶିକ ଆରମ୍ଭ ହୋଇଛି। ଅଟାଓ୍ବାରେ ଭାରତୀୟ ହାଇ କମିଶନ ଏସମ୍ପର୍କରେ ସୂଚନା ଜାରି କରିଛନ୍ତି।

ବର୍ତ୍ତମାନ ଜଣେ ବ୍ୟକ୍ତି କେବଳ ଚାରୋଟି ବର୍ଗରେ ଭିଜା ପାଇଁ ଆବେଦନ କରିପାରିବେ। କାନାଡାରେ ପ୍ରବେଶ, ବ୍ୟବସାୟ, ଚିକିତ୍ସା ଏବଂ ସମ୍ମିଳନୀ ଏହି ୪ଟି ବର୍ଗ ପାଇଁ ଭିଜା ଆବେଦନ କରିହେବ ବୋଲି ହାଇ କମିଶନର କହିଛନ୍ତି।

ସୂଚନାଯୋଗ୍ୟ, ଖଲିସ୍ତାନୀ ଆତଙ୍କବାଦୀ ହରଦିପ୍‌ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ-କାନାଡା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଥିଲା। ଭାରତୀର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ସେପ୍ଟେମ୍ବର ୨୧ରୁ ଭିଜା ସେବାକୁ ସ୍ଥଗିତ ରଖାଯିବା ନେଇ ସୂଚନା ଦେଇଥିଲେ।

Leave A Reply

Your email address will not be published.