କାନାଡ଼ାକୁ ଭାରତ ଦେଖାଇଲେ ରାସ୍ତା

0

ଯେସାକୁ ତେସା ନୀତି ଆପଣାଇଲା ଭାରତ । ଖଲିସ୍ତାନୀ ଆତଙ୍କବାଦୀ ହରିଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗରେ ଭାରତୀୟ କୁଟନୀତିଜ୍ଞଙ୍କୁ ବହିଷ୍କାର କରିଛି କାନାଡ଼ା। ଏହାର ପ୍ରତି ବଦଳରେ ଭାରତ ମଧ୍ୟ ଆଜି ଜଣେ ଉଚ୍ଚସ୍ତରୀୟ କାନାଡ଼ର କୁଟନୀତିଜ୍ଞଙ୍କୁ ବହିଷ୍କାର କରିଛି।

ଏନେଇ ଭାରତର ବର୍ହିବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କାନାଡ଼ା ଦୂତାବାସକୁ ସମନ କରାଯାଇ ଭାରତ ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜଣାଇ ଦିଆଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ଭାରତ ଛାଡ଼ିବାକୁ ଉକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଖଲିସ୍ତାନୀ ଆତଙ୍କବାଦୀ ହରିଦୀପ ସିଂ ନିଜାରଙ୍କ ହତ୍ୟାରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ ଆଣି କାନାଡ଼ା ସରକାର ଭାରର ଜଣେ କୁଟନୀତିଜ୍ଞଙ୍କୁ ବହିଷ୍କାର କରି ଦେଇଛନ୍ତି। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହାଉସ ଅଫ କମନ୍ସକୁ ସମ୍ବୋଧିତ କରି କହିଛନ୍ତି, ଖଲିସ୍ତାନୀ ଆତଙ୍କୀ ହରଦୀପ ସିଂ ନିଜ୍ଜର ହତ୍ୟା ପଛରେ ଭାରତ ହାତ ଥିବା ନେଇ ଆମ ପାଖରେ ଅଭିଯୋଗ ହୋଇଛି। ଆମ ସରକାର ଖୁବ ଗୁରୁତର ସହ ଏହାକୁ ଯାଞ୍ଚ କରୁଛି।

ସେପଟେ କାନାଡ଼ାର ଅଭିଯୋଗକୁ ଖଣ୍ଡନ କରିଛି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ । କାନାଡ଼ା ପ୍ରଧାନମନ୍ତ୍ରୀ ଓ ତାଙ୍କ ବୈଦେଶିକ ମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟକୁ ଭାରତ ଖଣ୍ଡନ କରିଛି । କାନାଡ଼ାର କୌଣସି ହିଂସାରେ ଭାରତ ସରକାରଙ୍କ ହାତ ନାହିଁ । ଭାରତ ଏକ ଗଣତାନ୍ତ୍ରିକ ଦେଶ । ଆମେ ଆଇନ ଉପରେ ବିଶ୍ୱାସ କରୁ ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.