ନୂଆଦିଲ୍ଲୀ(ଆମ ଟିଭି): ଆଜି ଭାରତ ସଫଳତାର ସହ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ କରୁଥିବା ବାଲିଷ୍ଟିକ ମିଶାଇଲ ପ୍ରଳୟର ପରୀକ୍ଷଣ କରିଛି। ଏହି ପରୀକ୍ଷଣ ଓଡିଶା ଉପକୂଳର ଅବଦୁଲ କଲାମ ଦ୍ୱୀପରୁ କରାଯାଇଛି। ସୂଚନାଯୋଗ୍ୟ, ଡିଆରଡିଓ ଦ୍ୱାରା ପ୍ରଳୟ ମିଶାଇଲ ବିକଶିତ ହୋଇଛି।
ଏହି ପରୀକ୍ଷଣ ସକାଳ ୯.୫୦ ରେ କରାଯାଇଛି। କ୍ଷେପଣାସ୍ତ୍ରର ଫଳାଫଳ ନେଇ ସମୀକ୍ଷା ଚାଲିଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୩୫୦ରୁ ୫୦୦ କିମି ମଧ୍ୟରେ ରହିଛି । ସେହିପରି ଏଥିରେ ୩୫୯ରୁ ୭୦୦ କେଜି ପର୍ୟ୍ୟନ୍ତ ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ପ୍ରଳୟର ଓଜନ ୫ ଟନ୍ ଓଜନ ରହିଛି ।