ଦୃଢ ହେଲା ଭାରତ ଆମେରିକା ସମ୍ପର୍କ

0

ନୂଆଦିଲ୍ଲୀ: ଉତ୍ତରାଖଣ୍ଡରେ ନିୟନ୍ତ୍ରଣ ରେଖା ନିକଟ ଚୀନ୍‌ ସୀମାରେ ଏବେ ଭାରତ-ଆମେରିକା ମିଳିତ ସମରାଭ୍ୟାସ ଚଳାଇଥିବାରୁ ଚୀନ୍‌ ଏହାର ବିରୋଧ ଜାରି ରଖିଛି। ଭାରତ-ଚୀନ୍‌ ସଂପର୍କରେ ଆମେରିକା ମୁଣ୍ଡ ନ ପୂରାଇବାକୁ ଚୀନ୍‌ ଧମକ ଦେଇଥିବା ବେଳେ ଆଜି ଭାରତ ଏହା ଉପରେ ପ୍ରତିକ୍ରିୟା ରଖିଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦବ ବାଗ୍‌ଚୀ କହିଛନ୍ତି, ‘ଭାରତ କେଉଁ ରାଷ୍ଟ୍ର ସହିତ ସମରାଭ୍ୟାସ କରିବ ତାହା ଆମର ନିଜସ୍ବ ନିଷ୍ପତ୍ତି, ଚୀନ୍‌ ଏ କ୍ଷେତ୍ରରେ ନିଜର ନୀତି ନିଜେ ଉଲ୍ଲଂଘନ କରିବା ଉଚିତ ନୁହେଁ। ଆମେରିକା ସହ ଆମର ସଂପର୍କ ନେଇ ଚୀନ୍‌ ଭିଟୋ ପ୍ରୟୋଗ କରିପାରିବ ନାହିଁ।

’ ସୂଚନାଯୋଗ୍ୟ, ଭାରତ-ଆମେରିକା ମଧ୍ୟରେ ସାମରିକ ରଣନୀତିକ ସଂପର୍କ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଚୀନ୍‌ ସୀମାରେ ଚାଲିଥିବା ସମରାଭ୍ୟାସରେ ଉଭୟ ଦେଶ ଅତ୍ୟାଧୁନିକ ଯୁଦ୍ଧକୌଶଳରେ ସମରାଭ୍ୟାସ କରୁଛନ୍ତି। ଏଲ୍‌ଏସିରେ ଚୀନ୍‌ ନିଜର ଶକ୍ତି ବୃଦ୍ଧି କରି ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଥିବା ବେଳେ ଭାରତ ଏହାର କଡ଼ା ଜବାବ ଦେଉଛି।

Leave A Reply

Your email address will not be published.