ୟୁଏନଏସସିରେ ଊଷକୁ ବଡ଼ ଝଟକା, ପ୍ରଥମ ଥର ୟୁକ୍ରେନ ସପକ୍ଷରେ ଭୋଟ ଦେଲା ଭାରତ

0

ନୂଆଦିଲ୍ଲୀ(ଆମ ଟିଭି):  ଯୁକ୍ତରାଷ୍ଟ୍ର ସୁରକ୍ଷା ପରିଷଦ (ୟୁଏନଏସସି)ରେ ଊଷକୁ ବଡ଼ ଝଟକା, ପ୍ରଥମ ଥର ୟୁକ୍ରେନ ସପକ୍ଷରେ ଭୋଟ ଦେଲା ଭାରତ । ୧୫ ସଦସୀୟ ସୁରକ୍ଷା ପରିଷଦ ଭୋଟ ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମୀର ଜେଲଂସ୍କିଙ୍କୁ ଭିଡିଓ ଟେଲି କନଫରେନସିଂରେ ବୈଠକକୁ ସମ୍ବୋଧିତ କରିବା ପାଇଁ ଆମନ୍ତ୍ରିତ କରିଥିଲେ। ଗତ ଫେବୃଆରୀ ମାସରେ ୟୁକ୍ରେନ ଉପରେ ଋଷିଆ ସୈନ୍ୟ ଆକ୍ରମଣ କରିଥିଲା। ଏହା ପରେ ୟୁକ୍ରେନ ମାମଲାରେ ଭାରତ ପ୍ରଥମ ଥର ଋଷିଆ ବିପକ୍ଷରେ ଭୋଟ ଦେଇଛି। ୟୁକ୍ରେନ ମାମଲାରେ ନୂଆଦିଲ୍ଲୀ ଏପର୍ଯ୍ୟନ୍ତ ୟୁଏନଏସସିରେ ନିଜକୁ ପୃଥକ ରଖୁଥିଲା। ଏଣୁ ଆମେରିକା ସମେତ ପାଶ୍ଚାତ୍ୟ ଦେଶମାନେ ଭାରତର ମନଭାବକୁ ନେଇ ଅସନ୍ତୁଷ୍ଟ ଥିଲେ। ୟୁକ୍ରେନ ଆକ୍ରମଣ ପରେ ଋଷିଆ ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ପକ୍ଷରୁ କଡା ଆର୍ଥିକ ଓ ଅନ୍ୟ କଟକଣାର ସମ୍ମୁଖୀନ ହୋଇଛି। ତେବେ ୟୁକ୍ରେନ ବିରୋଧରେ ଋଷିଆର ଆକ୍ରମଣକୁ ଭାରତ ନିନ୍ଦା କରିନି।

ଋଷିଆ ଓ ୟୁକ୍ରେନକୁ ନୂଆଦିଲ୍ଲୀ ଅନେକ ବାର କୁଟନୈତିକ ଓ ବାର୍ତ୍ତାର ରାସ୍ତା ଆପଣେଇବାକୁ କହିଛି। ଏଥିରେ ସଂଘର୍ଷ ସମାପ୍ତ କରିବା ପାଇଁ ସମସ୍ତ କୁଟନୈତିକ ଉଦ୍ୟମରେ ସହଯୋଗ ମଧ୍ୟ କରିଛି। ଭାରତ ଏବେ ୨ ବର୍ଷ ଲାଗି ୟୁଏନଏସସିରେ ଅସ୍ଥାୟୀ ସଦସ୍ୟ ଅଛି। ଏହି କାର୍ଯ୍ୟକାଳ ଆଗାମୀ ଡିସେମ୍ବରରେ ସମାପ୍ତ ହେବ। ୟୁଏନଏସସି ୟୁକ୍ରେନ ସ୍ୱାଧୀନତାର ୩୧ ତମ ବାର୍ଷିକ ଅବସରରେ ଋଷିଆ ଆକ୍ରମଣର ୬ ମାସ ସମୀକ୍ଷା କରିଛି। ବୈଠକ ଆରମ୍ଭରେ ଋଷିଆର ୟୁଏନ ରାଜଦୂତ ଭାସିଲି ଏ ନେବେଞ୍ଜିଆ ଭିଡିଓ ଟେଲି କନଫରେନସିଂ ମାଧ୍ୟମରେ ବୈଠକରେ ଜେଲେଂସ୍କିଙ୍କ ଭାଗିଦାରୀ ସମ୍ପର୍କରେ ଏକ ପ୍ରତିକ୍ରିୟାତ୍ମକ ଭୋଟ କରିବାକୁ ଅନୁରୋଧ କରିଥିଲେ। ଏଥିରେ ୧୩ ସଦସ୍ୟ ରାଷ୍ଟ୍ର ସପକ୍ଷରେ ଭୋଟ ଦେଇଥିବା ବେଳେ ଋଷିଆ ଏହି ନିମନ୍ତ୍ରଣ ବିରୋଧରେ ଭୋଟ ଦେଇଥିଲା।

Leave A Reply

Your email address will not be published.