ନୂଆଦିଲ୍ଲୀ (ଆମ ଟିଭି): ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ୪ର୍ଥ ମ୍ୟାଚ ଶୁକ୍ରବାର ରାୟପୁରରେ ଖେଳାଯିବ। ଭାରତ ନିକଟରେ ଶୃଙ୍ଖଳା ବିଜୟ ନେଇ ସୁଯୋଗ ରହିଥିବାବେଳେ ଅଷ୍ଟ୍ରେଲିଆ ବରାବର ସ୍ଥିିତିକୁ ଆଣିବା ନେଇ ପ୍ରୟାସ କରିବ। ଶେଷ ୩ଟି ଯାକ ମ୍ୟାଚରୁ ୫ଟି ଇନିଂସରେ ୨୦୦ରୁୁ ଅଧିକ ରନ ସ୍କୋର ହୋଇଛି। ୪ର୍ଥ ମ୍ୟାଚରେ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ରାଜୁତି ଦେଖିବା ନେଇ ଆଶା କରାଯାଉଛି।
ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ପ୍ରଥମ ଦୁଇ ମ୍ୟାଚକୁ ଦୁଇ ୱିକେଟ ଓ ୪୪ରନରେ ବିଜୟ ହାସଲ କରିଥିବାବେଳେ ୩ୟ ମ୍ୟାଚରେ ଅଷ୍ଟ୍ରେଲିଆ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି । ଦଳ ୩ୟ ମ୍ୟାଚରେ ଭାରତକୁ ୫ୱିକେଟରେ ପରାସ୍ତ କରି ଶୃଙ୍ଖଳାକୁ ଫେରିଛି। ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଚମତ୍କାର ଫର୍ମରେ ଥିବାବେଳେ ବୋଲିଂକୁ ନେଇ ଚିନ୍ତା ଘାରିିଛି। ବ୍ୟାଟିଂରେ ଋତୁରାଜ ଗାଏକ୍ବାର୍ଡ େଶଷ ମ୍ୟାଚରେ ଚମତ୍କାର ୧୨୨ରନର ଇନିଂସ ଖେଳିଥିଲେ। ଏହାବାଦ୍ ଯଶସ୍ବୀ ଜୟସୱାଲ, ତିଲକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଈଶାନ କିଷନ ଓ ରିଙ୍କୁ ସିଂହ ମଧ୍ୟ ଫର୍ମେର ରହିଛନ୍ତି। ବୋଲିଂକୁ ନେଇ ଭାରତ ଚିନ୍ତାରେ ପଡ଼ିଛି।