ଭାରତ ଓ ନ୍ୟୁଜିଲାଣ୍ଡ ଦ୍ବିତୀୟ ଦିନିକିଆ : କେଏଲ ରାହୁଲଙ୍କ ଶତକ
ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରାଜକୋଟରେ ଦ୍ୱିତୀୟ ଦିନିକିଆ ଖେଳାଯାଉଛି । ରାଜକୋଟରେ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କିୱି ଦଳ । ଭାରତକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛି ଭ୍ରମଣକାରୀ ଦଳ । କିୱି ଦଳକୁ ଭାରତ ୭ ୱିକେଟ ହରାଇ ୨୮୪ ରନ କରିଛି । ଫଳରେ କିୱି ଟିମକୁ ୨୮୫ ରନ ଟାର୍ଗେଟ ମିଳିଛି । ଶତକୀୟ ଇନିଂସ ଖେଳିଛନ୍ତି କେଏଲ ରାହୁଲ । କେଏଲ ରାହୁଲ ଶତକୀୟ ଇନିଂସ ଖେଳି ଭାରତର ସ୍କୋରକୁ ସମ୍ମାନଜନକ ସ୍ଥିତିକୁ ପହଞ୍ଚାଇଛନ୍ତି ।
ପ୍ରଥମେ ବ୍ୟାଟିଂ କରି ଭାରତ ୫୦ ଓଭରରେ ରନ କରିଛି । ପ୍ରଥମରୁ ଭାରତୀୟ ଟିମ୍ ଭଲ ଆରମ୍ଭ କରିଥିଲେ । ରୋହିତ ଶର୍ମା ଏବଂ ଶୁବମନ ଗିଲଙ୍କ ଯୋଡି ବଢିଆ ପ୍ରଦର୍ଶନ କରିଥିଲା । ୧୨ ଓଭରରେ ରୋହିତ ଶର୍ମା କ୍ରିଷ୍ଟିଆନ କ୍ଲାର୍କଙ୍କ ବଲରେ ୨୬ ରନ୍ କରି ଆଉଟ୍ ହୋଇଯାଇଥିଲେ । ଭାରତକୁ ୭୦ ରନରେ ପ୍ରଥମ ଝଟକା ଲାଗିଥିଲା । ଏହାପରେ ବିରାଟ କୋହଲି ଖେଳିବାକୁ ଆସିଥିଲେ । ଗିଲ୍ ୫୩ ରନ କରି ୧୭ ଓଭରରେ ଆଉଟ୍ ହାଇଯାଇଥିଲେ । ଏହାପରେ ବିରାଟ କୋହଲି ୨୩ ରନ, ଶ୍ରେୟସ ୮ କରି ଆଉଟ୍ ହୋଇଥିଲେ ।
୭୦ ରନରେ କୌଣସି ଓ୍ଵିକେଟ୍ ହରାଇ ନ ଥିବା ଭାରତ ୧୧୮ ରନରେ ୪ ଓ୍ଵିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ଥିଲା। ବିରାଟ ଆଉଟ ହେବା ପରେ ୫ମ ସ୍ଥାନରେ ବ୍ୟାଟିଂ ପାଇଁ କେଏଲ ରାହୁଲ ଆସିଥିଲେ । ଏହା ପରେ କେଏଲ ରାହୁଲ ଓ ରବୀନ୍ଦ୍ର ଜାଡ଼େଜା ଇନିଂସ ସମ୍ଭାଳିଥିଲେ । ଦୁହେଁ ପଞ୍ଚମ ଓ୍ଵିକେଟ୍ ପାଇଁ ୭୩ ରନ ଯୋଡ଼ିଥିଲେ। ଜାଡ଼େଜା ୨୭ ରନ କରି ଆଉଟ୍ ହୋଇଥିଲେ। ଅନ୍ୟପଟେ କେଏଲ ରାହୁଲ ଓ ନୀତିଶ କୁମାର ରେଡ୍ଡୀ ଷଷ୍ଠ ଓ୍ଵିକେଟରେ ୫୭ ରନ ଯୋଡ଼ି ଦଳର ସ୍କୋରକୁ ୨୪୮ ରନରେ ପହଞ୍ଚାଇଥିଲେ । ନୀତିଶ ୨୦ ରନ କରି ଆଉଟ୍ ହୋଇଥିଲେ । ଶେଷରେ ଭାରତ ୭ ଓ୍ଵିକେଟ୍ ହରାଇ ୨୮୪ ରନ କରିଛି। କେଏଲ ରାହୁଲ ୯୨ ବଲ ଖେଳି ୧୧୨ ରନ୍ କରିଛନ୍ତି ।