ପାକିସ୍ତାନର ସଙ୍କଟ ସମୟରେ ମନେ ପଡ଼ିଲା ଭାରତ କଥା: ଏମିତି କହିଲେ ଶାହାବାଜ୍ ସରିଫ୍?

0

ଇସଲାମାବାଦ (ଆମ ଟିଭି): ପାକିସ୍ତାନରେ ଏବେ ସ୍ଥିତି ସଙ୍ଗୀନ । ଖାଇବାକୁ ଲୋକେ ପାଉନାହାନ୍ତି । ଡହଳବିକଳ ହେଉଛନ୍ତି । ଏହାରି ଭିତରେ ମନେ ପଡିଲା ଭାରତ । ଭୟଙ୍କର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ପାକିସ୍ତାନ । ଏହାକୁ ନେଇ ଶହବାଜ ସରକାର ବିରୋଧରେ ଲୋକମାନେ ପ୍ରତିବାଦ କରୁଛନ୍ତି । ବିଶେଷ କରି ପାକିସ୍ତାନ ଅଧିକୃତ କାଶ୍ମୀରରେ ସରକାର ବିରୋଧୀ ବିକ୍ଷୋଭ ଉଗ୍ର ହେବାରେ ଲାଗିଛି । ପିଓକେ ଅନ୍ତର୍ଗତ ଗିଲଗିଟ୍ ବାଲଟିସ୍ତାନରେ ଗତ ୧୮ ଦିନ ଧରି ଲୋକଙ୍କର ପ୍ରତିବାଦ ବିକ୍ଷୋଭ ଜାରି ରହିଛି ।

ଶହବାଜ ସରିଫ ସରକାର ବିରୋଧରେ ଲୋକେ ପ୍ରତିବାଦ, ନାରାବାଜି କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ କୁଶପୁତଳିକା ଦାହ କରି ଲୋକେ ନାୟ ଦାବି କରିଛନ୍ତି । ଖାଦ୍ୟ ସଙ୍କଟ ଏବଂ ପାକ୍ ସରକାରଙ୍କ ଭେଦଭାବ ନୀତି ବିରୋଧରେ ଦିନକୁ ଦିନ ଗିଲଗିଟ୍ ବାଲଟିସ୍ତାନରେ ବିକ୍ଷୋଭ ତେଜିବାର ଲାଗିଛି । ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କୁ ମନେ ପଡିଛି ଭାରତ କଥା । ଏକ ଇଂଟରଭ୍ୟୁରେ ପାକ୍ ପ୍ରଧାନମନ୍ତ୍ରୀ, ଭାରତକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ କାଶ୍ମୀର ସମସ୍ୟାକୁ ଗୁରୁତର ସହ ନିଅନ୍ତୁ । ଆମକୁ ଏବେ ସବୁ ପୁରୁଣା କଥା ଭୁଲି ସାମ୍ନାସାମ୍ନି ବସି ଆଲୋଚନା କରିବା ଉଚିତ୍ । କାଶ୍ମୀରରେ ସ୍ଥିତି ଦିନକୁ ଦିନ ଅଣାୟତ ହେବାରେ ଲାଗିଛି ।

 

Leave A Reply

Your email address will not be published.