ଇଂଲଣ୍ଡକୁ ଧୋଇ ଦେଲା ଭାରତ

0

ରାଞ୍ଚି,: ଚତୁର୍ଥ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଟିମ ଇଣ୍ଡିଆ ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜରେ  ୩-୧ ଅଗ୍ରଣୀ ହାସଲ କରିଛି। ଭାରତ ପାଇଁ ଧ୍ରୁବ ଜୁରେଲ ଏବଂ ଶୁବମାନ ଗିଲ ଷଷ୍ଠ ଉଇକେଟ ପାଇଁ ଅପରାଜିତ ୭୨ ରନ ଭାଗିଦାରୀ କରିଥିଲେ। ଜୁରେଲଙ୍କ ବ୍ୟାଟରୁ ବିଜୟ ରନ ଆସିଥିଲା। ସେ ଦୁଇଟି ରନ ନେଇ ମ୍ୟାଚ ଜିତିଥିଲେ। ଜୁରେଲ ୩୯ ରନରେ ଏବଂ ଶୁବମାନ ୫୨ ରନରେ ଅପରାଜିତ ରହିଥିଲେ। ଏହା ବ୍ୟତୀତ ଅଧିନାୟକ ରୋହିତ ଶର୍ମା ୫୫ ରନର ଇନିଂସ ଖେଳିଥିଲେ।
ଶୁବମନ ଗିଲ ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଧ୍ରୁବ ଜୁରେଲଙ୍କ ସହ ୫୦ରୁ ଅଧିକ ରନର ଭାଗିଦାରୀ ମଧ୍ୟ କରିଥିଲେ।
ଜିତିବା ପାଇଁ ଭାରତ ୧୯୨ ରନ ଲକ୍ଷ୍ୟ ରଖିଥିଲା। ଟସ ଜିତିବା ପରେ ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତର ପ୍ରଥମ ଇନିଂସ ୩୦୭ ରନରେ ଶେଷ ହୋଇଥିଲା। ଇଂଲଣ୍ଡ ଦଳ ୪୬ ରନର ଅଗ୍ରଣୀ ସହ ଦ୍ୱିତୀୟ ଇନିଂସରେ ପ୍ରବେଶ କରିଥିଲା। ଇଂଲଣ୍ଡର ଦ୍ୱିତୀୟ ଇନିଂସ ୧୪୫ ରନରେ ଅଲଆଉଟ୍‌ ହୋଇଥିଲା। ଫଳରେ ତାଙ୍କର ମୋଟ ଅଗ୍ରଣୀ ୧୯୧ ରନ ଥିଲା।

Leave A Reply

Your email address will not be published.