ନୂଆଦିଲ୍ଲୀ (ଆମ ଟିଭି): ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଆଜି ଶେଷ ମ୍ୟାଚ୍ । ସିରିଜ୍ ୧-୧ରେ ବରାବର ଥିବାରୁ ଭାରତ ପାଇଁ ଏହା ‘କର ବା ମର’ ମ୍ୟାଚ୍ ହେବ । ପ୍ରଥମ ମ୍ୟାଚକୁ ଭାରତ ଓ ଦ୍ୱିତୀୟ ମ୍ୟାଚକୁ ଘରୋଇ ଦଳ ଜିତି ନେଇଥିଲା । ଦ୍ୱିତୀୟ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ବିନା ମଇଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ । ସିନିୟର ଖେଳାଳିଙ୍କ ଅନୁପସ୍ଥିତିରେ ଟିମର ବ୍ୟାଟିଂ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା ।
ଯାହା ଭାରତର ବିଶ୍ୱକପ୍ ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛି । ଏପରି ସ୍ଥିତିରେ ଶେଷ ମ୍ୟାଚରେ ଟିମକୁ ଫେରିପାରନ୍ତି ରୋହିତ ଓ ବିରାଟ ଖେଳିପାରନ୍ତି । ଭାରତର ବ୍ୟାଟିଂ କ୍ରମରେ ଈଶାନ୍ କିଶନଙ୍କୁ ଛାଡ଼ିଦେଲେ ବାକି ବ୍ୟାଟର ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି । ବୋଲିଂରେ ଚାଇନାମ୍ୟାନ୍ କୁଲଦୀପ ଯାଦବ ଭଲ ବୋଲିଂ କରିଛନ୍ତି । ଅନ୍ୟପଟେ ୱେଷ୍ଟଇଣ୍ଡିଜର ବୋଲିଂ ଆଟାକ୍ ଭାରତ ତୁଳନାରେ ମଜଭୁତ ଲାଗୁଛି ।