ନାଗପୁର ଟେଷ୍ଟ ଜିତିଲା ଭାରତ

0

ନାଗପୁର (ଆମ ଟିଭି): ଭାରତର ଦମଦାର ବିଜୟ । ନାଗପୁର ଟେଷ୍ଟ ଜିତିଲା ଭାରତ । ନାଗପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ବାଜି ମାରିଛି ଭାରତ । ଅଷ୍ଟ୍ରେଲିଆକୁ ଗୋଟିଏ ଇନିଂସ ଓ ୧୩୨ ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ । ରବିଚନ୍ଦ୍ରନ ଅଶ୍ୱିନୀ ଓ ରବିନ୍ଦ୍ର ଜାଡେଜାଙ୍କ ଦମଦାର ବୋଲିଂ ବଳରେ ଜିତିଲା ଭାରତ । ଏହି ବିଜୟ ସହ ବର୍ଡର-ଗାଭାସ୍କର ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ସୂଚନା ଅନୁସାରେ ନାଗପୁରରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା କଙ୍ଗାରୁ । କିନ୍ତୁ ଭାରତୀୟ ଦଳର ଦୁଇ ସ୍ପିନର ଅଶ୍ୱିନୀ ଓ ଜାଡେଜାଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ । ପ୍ରଥମ ଇନିଂସରେ ମାତ୍ର ୧୭୭ ରନ କରି ଅଲଆଉଟ ହୋଇଥିଲା ଭାରତ । ଭାରତ ପକ୍ଷରୁ ପ୍ରଥମ ଇନିଂସରେ ଜାଡେଜା ୫ ଓ୍ୱିକେଟ ନେଇଥିବାବେଳେ ଅଶ୍ୱିନୀ ୩ଟି ଓ୍ୱିକେଟ ଅକ୍ତିଆର କରିଥିଲେ । ଅଷ୍ଟ୍ରେଲିଆକୁ ୧୭୭ ରନରେ ଅଲଆଉଟ କରିବା ପରେ ଭାରତ ରୋହିତ ଶର୍ମାଙ୍କ ଦମଦାର ଶତକ, ଜାଡେଜା ଓ ଅକ୍ଷର ପଟେଲଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଫଳରେ ୪୦୦ ରନ କରିବାରେ ସଫଳ ହୋଇଥିଲା । ଯାହା ଫଳରେ ଭାରତ ଅଷ୍ଟ୍ରେଲିଆଠାରୁ ୨୨୩ ରନରେ ଆଗୁଆ ରହିଥିଲା ।

Leave A Reply

Your email address will not be published.