ସେନା ଗୁଳିରେ ୨୪ ଘଣ୍ଟାରେ ଟଳିଲେ ୪ ଆତଙ୍କବାଦୀ

0

ଶ୍ରୀନଗର (ଆମ ଟିଭି): ଜାମ୍ମୁ କାଶ୍ମୀରରେ ଆତଙ୍କବାଦ ବିରୁଦ୍ଧରେ ଭାରତୀୟ ସେନାର କଡ଼ା କାର୍ଯ୍ୟାନୁଷ୍ଠାନ। ୨୪ ଘଣ୍ଟାରେ  ତିନିଟି ସ୍ଥାନରେ ସେନା ଗୁଲିରେ ଟଳିଲେ ୪ ଜଣ ଆତଙ୍କବାଦୀ । ସୂଚନା ମୁତାବକ, ଶୋପିଆନ ଜିଲ୍ଲାରେ ମଙ୍ଗଳବାର ଜଣେ ଆତଙ୍କବାଦୀକୁ ଏନକାଉଣ୍ଟର କରିଛନ୍ତି ଭାରତୀୟ ସେନା । ଶୋପିଆନ ଜିଲ୍ଲାର ଅଲୋରା ଅଞ୍ଚଳର ବଗାନୋଂରେ ଆତଙ୍କବାଦୀ ଏବଂ ସୁରକ୍ଷା କର୍ମୀଙ୍କ ମଧ୍ୟରେ ଗୁଳିମାଡ ପରେ ଜଣେ ଆତଙ୍କୀ ନିହତ ହୋଇଛି ।ନିହତ ଆତଙ୍କବାଦୀ କୁଲଗାମର ନଦୀମ ଅହମ୍ମଦ ବୋଲି ଜଣାପଡିଛି ।ନଦୀମ ଅହମ୍ମଦ ହିଜବୁଲ ମୁଜାହିଦ୍ଦିନ ସଂଗଠନ ସହିତ ଜଡିତ ଥିଲା । କୁପଓ୍ବାଡାର ପଞ୍ଚରେ ହୋଇଥିବା ହତ୍ୟାକାଣ୍ଡରେ ମଧ୍ୟ ସେ ସାମିଲ ଥିଲା ।

 ପୂର୍ବରୁ ସୋମବାର କୁପଓ୍ବାଡାରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଯେଉଁଥିରେ ଲସ୍କର-ଏ-ତୋଏବା ଆତଙ୍କୀ ସଂଗଠନର ଦଉି ଜଣ ଆତଙ୍କୀ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ପାକିସ୍ତାନ ସହ ରୀତିମତ ଯୋଗାଯୋଗରେ ଥିଲା । କୁପଓ୍ବାଡାରେ ହୋଇଥିବା ଏନକାଉଣ୍ଟର ପୂର୍ବରୁ ସେଠାରେ କିଛି ଆତଙ୍କୀ ଲୁଚି ରହିଥିବା ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହା ପରେ ସଂପୃକ୍ତ ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ ଜୋରଦାର କରିଥିଲା ଭାରତୀୟ ସେନା । 

Leave A Reply

Your email address will not be published.