୫ବର୍ଷ ଭିତରେ ଭାରତୀୟ ସେନା ହରାଇଛି ୫୦ ସଦସ୍ୟକୁ
ମାର୍ଚ୍ଚରୁ କେବଳ ଆର୍ମି ଏଭିଏସନ୍ ୩ଟି ଚିତା ହେଲିକପ୍ଟର ଦୁର୍ଘଟଣା ଦେଖିଛି। ସେନାରେ ନୂଆ ଏବଂ ଅତ୍ୟାଧୁନିକ ହେଲିକପ୍ଟର, ଯୁଦ୍ଧ ବିମାନ ମୁତୟନ ବିଳମ୍ବ ହେଉଥିବାରୁ ସେନାବାହିନୀ ଦ୍ବାରା ପୁରୁଣା ସୁପରସୋନିକ ମିଗ୍-୨୧ ଜେଟ୍ ଏବେ ବି ଉଡ଼ାଯାଉଛି। ଏପରିକି ନୂଆ ଏଏଲ୍ଏଚ ଏବଂ ରୁଷ୍ର ଏମଆଇ -୧୭ ଭି୫ ହେଲିକପ୍ଟର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଗତବର୍ଷ ଡିସେମ୍ବରରେ ତାମିଲନାଡ଼ୁର କନୁର ନିକଟରେ ଏମ୍ଆଇ-୧୭ ଭି୫ ହେଲିକପ୍ଟର ଦୁର୍ଘଟଣା ଯୋଗୁଁ ଭାରତର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ , ତାଙ୍କ ପତ୍ନୀ ଏବଂ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୭ ପରଠାରୁ ୭ଟି ଏଏଲଏଚ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୂର୍ବତନ ନାଭାଲ ଏଭିଏଟର ଏବଂ ଟେଷ୍ଟ୍ ପାଇଲଟ କମାଣ୍ଡର କେପି ସଂଜୀବ କୁମାର କହିଛନ୍ତି, ଆର୍ମି ଏଭିଏସନରେ ନିକଟରେ ହେଲିକପ୍ଟର ଦୁର୍ଘଟଣା ଯେଭଳି ଭାବେ ବଢ଼ି ଚାଲିଛି ତାହା ଅତ୍ୟନ୍ତ ଚିନ୍ତାଜନକ।