କାନାଡାରେ ଭାରତର ଗ୍ୟାଙ୍ଗଷ୍ଟାର ସୁଖୁଦୁଲ୍ ସିଂ’ଙ୍କୁ ହତ୍ୟା

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ଗଡ଼ିଲା ଖଲିସ୍ତାନୀ ଆତଙ୍କବାଦୀର ମୁଣ୍ଡ । ଗତକାଲି ଏନଆଇଏ ମୋଷ୍ଟ ଓ୍ବାଣ୍ଡେଡ ଲିଷ୍ଟରେ ନାମ ପ୍ରକାଶ ପାଇଥିଲା । ଆଉ ଆଜି କାନାଡାରେ ଅପରାଧିଙ୍କ ଗୁଳିରେ ନିହତ ହୋଇଛି ସୁଖୁଦୁଲ୍ ସିଂହ । ସୁଖୁ ନାମରେ ଅନେକ ହତ୍ୟା ଅଭିଯୋଗ ଥିବା ବେଳେ ଖଲିସ୍ତାନୀ ସମର୍ଥକ ଥିବା ସୁଖୁ ୨୦୧୭ରେ କାନାଡା ଚାଲିଯାଇଥିଲା । ପଞ୍ଜାବରୁ ଫେରାର ହୋଇଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ସୁଖବିନ୍ଦର ସିଂଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଖଲିସ୍ତାନୀ ଆତଙ୍କବାଦୀ ଅର୍ଶଦୀବଙ୍କ ଅତ୍ୟନ୍ତ ଖାସ୍ ଭାବେ ଜଣାଶୁଣା ଥିଲା ସୁଖବିନ୍ଦର ।

ଆତଙ୍କବାଦୀ କାର୍ୟ୍ୟକଳାପ ପାଇଁ ସୁଖବିନ୍ଦର ଏନଆଇଏର ହିଟଲିଷ୍ଟରେ ରହିଥିଲା । କାନାଡାରେ ରହୁଥିଲେ ମଧ୍ୟ ସୁଖବିନ୍ଦର ଭାରତରେ ନିଜର ନେଟୱର୍କ ବିଛାଇଥିଲା । କାନାଡାରୁ ଫୋନ୍ କଲ ଯୋଗେ ଦାଦାବଟି ଆଦାୟ ଠାରୁ ଆରମ୍ଭ କରି ଅପହରଣ କାମ କରାଉଥିଲା ସୁଖବିନ୍ଦର ।

Leave A Reply

Your email address will not be published.