ରାଉରକେଲାରେ ଭାରତୀୟ ହକି ଟିମ୍

0

ରାଉରକେଲା (ଆମ ଟିଭି): ହକି ବିଶ୍ୱକପ୍ ସମୟ ଯେତେ ପାଖେଇ ଆସୁଛି, ଲୋକଙ୍କ ଉସଫାହ ବଢି ଚାଲିଛି । ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରୁ ରାଉରକେଲାରେ ପହଞ୍ଚିଛନ୍ତ ଭାରତୀୟ ହକି ଟିମ୍ । ଖେଳାଳିଙ୍କୁ ରାଉରକେଲାରେ ଭବ୍ୟ ସ୍ୱାଗତ କରାଯାଇଛି । ପାନପୋଷ ଛକରୁ ବିପିୟୁଟି ଛକ ଯାଏଁ ହକିପ୍ରେମୀମାନେ ଛିଡ଼ା ହୋଇ ଭାରତୀୟ ଦଳକୁ ସ୍ୱାଗତ କରିଛନ୍ତି । ରାସ୍ତାର ଉଭୟ କଡ଼ରେ ହକିପ୍ରେମୀଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଥିଲା । ଆଜିଠାରୁ ଆରମ୍ଭ ହେବ ଅଭ୍ୟାସ । ଭାରତୀୟ ଖେଳାଳିମାନେ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅଭ୍ୟାସ କରିବେ । ବିଶ୍ୱକପର ପ୍ରଥମ ଦଳ ଭାବେ ଘରୋଇ ଭାରତୀୟ ଟିମ୍ ରାଉରକେଲାରେ ପହଞ୍ଚିଛି ।

ବିର୍ସାମୁଣ୍ଡା ଷ୍ଟାଡିୟମ ପରିସରରେ ନବର୍ନିମିତ ହୋଟେଲରେ ଭାରତୀୟ ଖେଳାଳିଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ଜାନୁଆରୀ ପ୍ରଥମ ସପ୍ତାହରେ ଅନ୍ୟ ସମସ୍ତ ଦଳ ଓଡ଼ିଶାରେ ପହଞ୍ଚିବାର କାର୍ୟ୍ୟକ୍ରମ ରହିଛି । ହରମନପ୍ରୀତଙ୍କ ନେତୃତ୍ୱାଧୀନ ଭାରତୀୟ ଦଳରେ ଦୁଇ ଓଡ଼ିଆ ଖେଳାଳି ଅଛନ୍ତି । ଅମିତ ରୋହିତ ଦାସଙ୍କୁ ଉପଅଧିନାୟକ ଦାୟିତ୍ୱ ମିଳିଥିବା ବେଳେ ସଂଜୀବ ନିଲମ୍ ଖେସ୍ ବି ଦଳରେ ଅଛନ୍ତି । ଜାନୁଆରୀ ୧୩ରୁ ୨୯ ତାରିଖ ପର୍ୟ୍ୟନ୍ତ ହକି ବିଶ୍ୱକପ୍ ଖେଳାଯିବ । ରାଉରକେଲାରେ ମୋଟତ ୨୦ଟି ମ୍ୟାଚ୍ ଖେଳାଯିବାର ସୂଚୀ ରହିଛି ।

Leave A Reply

Your email address will not be published.