ଭାରତୀୟ ଖେଳାଳୀଙ୍କୁ ଖାଇବାକୁ ମିଳିଲା ଖରାପ ଖାଦ୍ୟ

0

ସିଡ୍‌ନୀ: ଭାରତୀୟ ଖେଳାଳିଙ୍କୁ ପରଷା ଗଳା ଖରାପ ଖାଦ୍ୟ। ଦୁଇ ଘଣ୍ଟାର ପ୍ରାକ୍ଟିସ ସେସନ୍‌ ପରେ ତାଙ୍କୁ ଦିଆଯାଇଛି କେବଳ ସ୍ୟାଣ୍ଡଓ୍ବିଚ୍। ତାହା ପୁଣି ଥଣ୍ଡା ଥିଲା ଓ ଖାଇବା ଯୋଗ୍ୟ ନଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି। ସିଡ୍‌ନୀରେ ନେଦରଲ୍ୟାଣ୍ଡସ ବିପକ୍ଷରେ ଭାରତର ମ୍ୟାଚ୍ ପୂର୍ବରୁ ଏଭଳି କିଛି ବିବାଦ ସୃଷ୍ଟି ହୋଇଛି।

ଟି-ଟ୍ୱେଣ୍ଟି ମ୍ୟାଚ୍ ପୂର୍ବରୁ ଟିମ୍ ଇଣ୍ଡିଆର ପ୍ରାକ୍ଟିସ ସେସନ୍‌ ଥିଲା। ପ୍ରାକ୍ଟିସ ପରେ ଖେଳାଳିମାନେ ସ୍ୟାଣ୍ଡଓ୍ବିଚ୍ ଅର୍ଡର କରିଥିଲେ। ତେବେ ସେମାନଙ୍କୁ ଥଣ୍ଡା ସ୍ୟାଣ୍ଡଓ୍ବିଚ୍ ପରସା ଯାଇଥିଲା। ଏଥିସହ ଏହା ଭାରି ଅରୁଚିକର ଥିଲା ବୋଲି ଖେଳାଳିମାନେ ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ‘ଟି୨୦ ବିଶ୍ୱକପ୍ ୨୦୨୨’ରେ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ କ୍ରିକେଟ୍ କାଉନ୍‌ସିଲ୍‌’ (ଆଇସିସି) ଖାଦ୍ୟ ଦେଉଛି। କିନ୍ତୁ ମଧ୍ୟାହ୍ନ ଭୋଜନ ପରେ ଆଉ ଉଷୁମ ଖାଦ୍ୟ ପରିବେଷଣ କରୁନାହିଁ।

Leave A Reply

Your email address will not be published.