ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ ଏଲ ୧

0

ନୂଆଦିଲ୍ଲୀ (ଆମ ଟିଭି): ଆଉ ଏକ ଇତିହାସ ରଚିଲା ଇସ୍ରୋ । ସୂର୍ଯ୍ୟର ଏଲ ୧ ପଏଣ୍ଟରେ ପହଞ୍ଚିଲା ଭାରତୀୟ ସାଟେଲାଇଟ୍ ଆଦିତ୍ୟ ଏଲ ୧ । ଏବେ ଭାରତର ଏହି ସାଟେଲାଇଟ୍ ପୃଥିବୀଠାରୁ ଠିକ୍ ଦେଢ ଲକ୍ଷ କିଲୋମିଟର ଦୂରରେ ରହିଛି । ଯାହାକି ଗତ ସେପ୍ଟେମ୍ବର ୨ ତାରିଖରେ ନିଜର ଯାତ୍ରା ଆରମ୍ଭ କରିଥିଲା । ତେବେ ମାତ୍ର ୪ ଶହ କୋଟି ଟଙ୍କାରେ ଆରମ୍ଭ ହେଇଥିବା ଏହି ମିଶନ୍ ଏବେ ଇସ୍ରୋକୁ ଦେଇଛି ବଡ ସଫଳତା ।

ଆଦିତ୍ୟ ଏଲ ୧ର ଯାତ୍ରା ସେପ୍ଟେମ୍ବର ୨ ତାରିଖ ୨୦୨୩ରେ ଆରମ୍ଭ ହେଇଥିଲା । ଏହାର ୫ ମାସ ପରେ ଜାନୁଆରୀ ୬ ତାରିଖରେ ଏହା ଏଲ ୧ ପଏଣ୍ଟରେ ପହଞ୍ଚିଛି । ଏହି ହେଲୋ ଅର୍ବିଟରେ ସୂର୍ଯ୍ୟକୁ ପ୍ରଦକ୍ଷିଣ କରିବ ଆଦିତ୍ୟ ଏଲ ୧ । ସେଠାରେ ଏହା ୫ ବର୍ଷ ଧରି କାମ କରିବ । ତେବେ ଇସ୍ରୋର ଏହି ସଫଳତା ପରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ।

 

Leave A Reply

Your email address will not be published.