ଭାରତୀୟ ମହିଳା କ୍ରିକେଟ ଟିମର ଐତିହାସିକ ବିଜୟ

0

ଘରୋଇ ମାଟିରେ ଇଂଲଣ୍ଡକୁ ଧୂଳି ଚଟାଇଛି ଭାରତୀୟ ମହିଳା ଟିମ। ଦୁଇ ଦେଶ ମଧ୍ୟରେ ଖେଳା ଯାଉଥିବା ଏକମାତ୍ର ଟେଷ୍ଟକୁ ମାତ୍ର ଅଢ଼େଇ ଦିନରେ ଶେଷ କରି ଭାରତୀୟ ମହିଳା ଟିକ ନୂଆ ରେକର୍ଡ କରିଛି।

ପୁଣେର ଡିୱାଇ ପାଟିଲ ଷ୍ଟାଡିୟମରେ ଇଂଲଣ୍ଡକୁ ୩୪୭ ରନରେ ହରାଇ ହରମନପ୍ରୀତ କୌର ଆଣ୍ଡ କୋ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି। ମହିଳା ଟେଷ୍ଟରେ ଏହା ସର୍ବବୃହତ ବିଜୟ। ସେହିପରି ଭାରତୀୟ ମହିଳା ଟିମ ପ୍ରଥମଥର ପାଇଁ ଘରୋଇ ପରିବେଶରେ ଇଂଲଣ୍ଡକୁ ହରାଇବାକୁ ମଧ୍ୟ ସକ୍ଷମ ହୋଇଛି ।

ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ଭାରତୀୟ ଟିମର ଦୀପ୍ତି ଶର୍ମାଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ସେ ପ୍ରଥମ ଇନିଂସରେ ୬୭ ରନ କରିବା ସହ ୫ ଜଣ ଇଂଲିଶ ବ୍ୟାଟରଙ୍କୁ ଆଉଟ କରିଥିଲେ। ଦ୍ୱିତୀୟ ଇନିଂସରେ ମଧ୍ୟ ସେ ଜଲୱା ଦେଖାଇ ୪ ୱିକେଟ ଦଖଲ କରିଥିଲେ ।

ମ୍ୟାଚ୍‌ ଜିତିବା ପାଇଁ ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ବିଶାଳ ୪୭୯ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଇଂଲଣ୍ଡ କେବଳ ୧୩୧ ରନ କରିବାକୁ ସକ୍ଷମ ହୋଇଥିଲା। ପ୍ରଥମ ଇନିଂସରେ ଭାରତ ୪୨୮ ରନ କରିଥିବା ବେଳେ ଇଂଲଣ୍ଡ ୧୩୬ ରନ କରି ଅଲଆଉଟ ହୋଇଯାଇଥିଲା।

Leave A Reply

Your email address will not be published.