ଭାରତର ପ୍ରଥମ ଏଆଇ-ପାଓ୍ବାର୍ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍ ଏୟାର ଭେଇକିଲ ଆରଏମ-୦୦୧ ନିର୍ମାଣ କଲା ବନ୍ ଭି
ଭୁବନେଶ୍ବର(ଆମ ଟିଭି): ଭାରତୀୟ ଏରିଏଲ୍ ମୋବିଲିଟି ଷ୍ଟାର୍ଟଅପ୍ ବନ୍ ଭି, ପ୍ୟାରିସ୍ଠାରେ ଅନୁଷ୍ଠିତ ଭିଭାଟେକ୍ ୨୦୨୨ରେ ଏହାର କାର୍ଗୋ ଲଜିଷ୍ଟିକ୍ସ କନସେପ୍ଟ ପ୍ଲାଟଫର୍ମ (ଫ୍ଲାଇଂ) ବିଷୟରେ ଘୋଷଣା କରିଛି। ଆଇଆଇଟି ମଣ୍ଡିର ପ୍ରୋତ୍ସାହନ ଏବଂ ଏଆଇସି ସିଭି ରମଣ ଓ ଭୁବନେଶ୍ବର ଇଞ୍ଜିନିୟରିଂ କଲେଜ୍ର ସପୋର୍ଟରେ ବନ୍ ଭି ଭାରତର ପ୍ରଥମ ଏଆଇ-ପାଓ୍ବାର୍ଡ ମଲ୍ଟି-ୟୁଟିଲିଟି ଇଲେକ୍ଟ୍ରିକ୍ ଏୟାର ଭେଇକିଲ, ଆରଏମ୦୦୧ ନିର୍ମାଣ କରିଛି। ଏହି ଓଡ଼ିଶା ଭିତ୍ତିକ ଷ୍ଟାର୍ଟଅପ୍କୁ ଗ୍ଲୋବାଲ ପ୍ଲାଟଫର୍ମରେ ଭାରତକୁ ପ୍ରତିନିଧିତ୍ବ କରିବା ସହ ଏରୋସ୍ପେଶ୍ ସଲ୍ୟୁସନ୍ କ୍ଷେତ୍ରରେ ଏହାର ପ୍ରଶଂସନୀୟ ଇନୋଭେସନ୍କୁ ପ୍ରଦର୍ଶନ କରିବା ପାଇଁ ନିମନ୍ତ୍ରଣ କରାଯାଇଥିଲା। କୋର୍ ଟିମ୍ର ସଦସ୍ୟ ସତ୍ୟବ୍ରତ ଶତପଥୀ (କୋ-ଫାଉଣ୍ଡର, ସିଇଓ), ଗୌରବ ଅଚ୍ଚା (କୋ-ଫାଉଣ୍ଡର,କୋ- ସିଇଓ), ଅବିନାଶ ସାହୁ (କୋ-ଫାଉଣ୍ଡର, ସିଟିଓ) ଏବଂ ରାହୁଲ କୁମାର (କୋ-ଫାଉଣ୍ଡର, ହେଡ୍ ଅଫ୍ ଡିଜାଇନ୍) ଏଥିରେ ଯୋଗ ଦେଇଥିଲେ। ଭିଭାଟେକ୍ ପ୍ୟାରିସ୍ରେ ଭାରତର ପ୍ରଡକ୍ଟ ଇନୋଭେସନ୍ ଷ୍ଟୋରୀକୁ ନେତୃତ୍ବ ନେବାପାଇଁ ବନ୍ ଭିକୁ ନୀତି ଆୟୋଗ, ଇନଭେଷ୍ଟ ଇଣ୍ଡିଆ, ଅଟଳ ଇନୋଭେସନ୍ ମିସନ୍, ଆଇଏସ୍ପିଆଇଆରଆଇଟି ଏବଂ ଫ୍ରାନ୍ସରେ ଅବସ୍ଥାପିତ ଭାରତୀୟ ଦୂତାବାସ ମିଳିତ ଭାବେ ଚୟନ କରିଥିଲେ।
ଭିଭା ଟେକ୍ନୋଲୋଜି ୨୦୨୨ର ଷଷ୍ଠ ସଂସ୍କରଣ ଜୁନ୍ ୧୫-୧୮ରୁ ପ୍ୟାରିସଠାରେ ଅନୁଷ୍ଠିତ ହୋଇଛି। ଏଥିରେ ୧୪୯ଟି ଦେଶରୁ ପ୍ରାୟ ୧୧୯ ମିଲିୟନ୍ ଲୋକଙ୍କୁ ନେଇ ଆୟୋଜିତ ଏହି କାର୍ୟ୍ୟକ୍ରମ ସମାପ୍ତ ହୋଇଥିବାବେଳେ ଏହି ସମ୍ମାନଜନକ ସମ୍ମିଳନୀରେ ଭାରତର ପ୍ରଥମ ବିଧିବଦ୍ଧ ପ୍ରବେଶ ଥିଲା। ଏହି ସମାବେଶରେ ଅନ୍ୟ ପ୍ରସିଦ୍ଧ ବ୍ୟକ୍ତିତ୍ବଙ୍କ ମଧ୍ୟରେ ଟିମ୍ କୁକ୍ (ଆପଲ୍), ଏରିକ୍ ଏସ୍ ୟୁଆନ୍ (ଜୁମ୍) ଏବଂ ମାର୍କ ଜୁକରବର୍ଗ (ଫେସବୁକ୍)ଙ୍କ ପରି ବକ୍ତାଙ୍କ ସମେତ ୧୪୦୦୦ରୁ ଅଧିକ ଭିଜିଟର ଆସିଥିଲେ। ଏହି ଇଭେଣ୍ଟ ହେଉଛି ୟୁରୋପ୍ର ସବୁଠାରୁ ବଡ଼ ଷ୍ଟାର୍ଟଅପ୍ ଓ ଟେକ୍ ଇଭେଣ୍ଟ, ଯାହାକି ହଜାର ହଜାର ବ୍ୟବସାୟିକ ଉଦ୍ୟୋଗୀ, ଲିଡର୍ସ, ଡିରେକ୍ଟର୍ସ, ଆଡମିନଷ୍ଟ୍ରେଟର, ଷ୍ଟାର୍ଟଅପ୍, ଇନଭେଷ୍ଟର, ଗବେଷେକ ଏବଂ ଉଦ୍ଭାବକଙ୍କୁ ଏକ ପ୍ଲାଟଫର୍ମ ପ୍ରଦାନ କରି କେବଳ ବ୍ୟବସାୟ ଏବଂ ଗବେଷଣା ନୁହେଁ, ବରଂ ଏକ ସକରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରେ। ନେଟୱର୍କ ପ୍ରଦର୍ଶନୀ ପାଇଁ ଏହା ଏକ ବିରାଟ ପ୍ଲାଟଫର୍ମ ପ୍ରଦାନ କରୁଥିବାବେଳେ ଏଥିରେ ପ୍ରଦର୍ଶନୀ, ପୁରସ୍କାର, ପ୍ୟାନେଲ ଆଲୋଚନା ଏବଂ ଷ୍ଟାର୍ଟଅପ୍ ପ୍ରତିଯୋଗିତା ଆଦି ଅନ୍ତର୍ଭୁକ୍ତ ଥିଲା।