ଭୁବନେଶ୍ବର (ଆମ ଟିଭି): ଇଣ୍ଡିଗୋ ବିମାନ ବିଭ୍ରାଟ । କ୍ରିକେଟରଙ୍କ ଟ୍ରାଭେଲ ପ୍ଲାନ ପ୍ରଭାବିତ । ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ କିଛି କ୍ରିକେଟରଙ୍କ ଗସ୍ତ ସମୟ ପରିବର୍ତ୍ତନ ହୋଇଥିବା ସୂଚନା ମିଳିଛି । ଇଣ୍ଡିଗୋ ପରିବର୍ତ୍ତେ ସେମାନେ ଏୟାରଇଣ୍ଡିଆ ବିମାନରେ ଭୁବନେଶ୍ବର ଆସିବେ ବୋଲି ଜଣାପଡ଼ିଛି । ଟିମ ଇଣ୍ଡିଆ ଟିଟ୍ବେଣ୍ଟି ଟିମର କ୍ୟାପେଟନ ସୂର୍ଯ୍ୟକୁମାର ଯାଦବ, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିଭମ ଦୁବେ ଆଜି ରାତିରେ ଭୁବନେଶ୍ବରରେ ପହଞ୍ଚିବେ । କାଲି ରାତି ସୁଦ୍ଧା ସବୁ କ୍ରିକେଟର ଆସିବେ ବୋଲି ସୂଚନା ମିଳିଛି ।
ଗତକାଲି ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର ୫ ଖେଳାଳି ଆସିଛନ୍ତି । ଡୋନଭାନ ଫରେଇରା, ଆର ହେଣ୍ଡ୍ରିକସ୍, ଡେଭିଡ ମିଲର୍, ଜର୍ଜ ଫ୍ରେଡରିକ ଲିଣ୍ଡେ ଓକ୍ୱେନା ମାଫାଖା ଭୁବନେଶ୍ବରର ଏକ ତାରକା ହୋଟେଲରେ ରହୁଛନ୍ତି । ଖେଳାଳିଙ୍କ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଆସନ୍ତା ୯ ତାରିଖ ରେ କଟକ ବାରବାଟୀ ଷ୍ଟାଡିୟମ୍ ରେ T20 ମ୍ୟାଚ୍ ଅନୁଷ୍ଠିତ ହେବ ।