ପାଟନାରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

0

ପାଟନା (ଆମ ଟିଭି): ପୁଣି ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ । ପାଟନା ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୨୪୩୩କୁ ଶୁକ୍ରବାର ସକାଳେ ଜରୁରୀ ଅବତରଣ କରାଯାଇଛି। ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରି ପାଟନା ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି ଯେ, ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ ୨୪୩୩ ଯିବାର ତିନି ମିନିଟ୍‌ ପରେ ଏକ ଇଞ୍ଜିନ ବିଫଳତା ଖବର ସାମ୍ନାକୁ ଆସିଲା।

ଏହି କାରଣରୁ ବିମାନର କ୍ୟାପଟେନ ଏହି ବିଷୟରେ ସୂଚନା ଦେଇ ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। ଏହା ପରେ ଉଡ଼ାଣର ତୁରନ୍ତ ପରେ ଏକ ସୁରକ୍ଷିତ ଅବତରଣ କରାଯାଇଛି।

Leave A Reply

Your email address will not be published.