ବଢ଼ିବ ସଂକ୍ରମଣ, ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

0

ଭୁବନେଶ୍ୱର : ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶର ବି କିଛି ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲାଣି। ତେଣୁ ଆମ ରାଜ୍ୟରେ ବି ବଢ଼ିବା ସମ୍ଭାବନା ରହିଛି, ବଢ଼ିବନି କହିବା ଭୁଲ ହେବ। ତେଣୁ ତାକୁ ଫାଇଟ କରିବାକୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ଏନେଇ ସେ କହିଛନ୍ତି, ରାଜ୍ୟରେ ସର୍ଭିଲାନ୍ସ ଜାରି ରହିଛି। ପଜିଟିଭ ରେଟ ଖୁମ୍‌ କମ୍‌ ଅଛି। ହେଲେ ଏହା ଉପରେ ନଜର ରହିଛି। ହସ୍ପିଟାଲରେ ଏବେ ବେଡ ସଂଖ୍ୟା କମ୍‌ ଥିବା ବେଳେ ଆବଶ୍ୟକ ସ୍ଥଳରେ ଏହାକୁ ବଢ଼ାଯିବ ।

ପଜିଟିଭିଟି ସାଙ୍ଗକୁ ମେଡିକାଲରେ ଭର୍ତ୍ତି ସଂଖ୍ୟା ତଥା ମୃତ୍ୟୁ ସଂଖ୍ୟା ଉପରେ ବି କଡ଼ା ନଜର ରଖାଯାଇଛି। ତାହାକୁ ଅନୁଶୀଳନ କରି ପଦକ୍ଷେପ ନିଆଯିବ । ସବୁ ଜିଲ୍ଲା ହସ୍ପିଟାଲରେ ଆଇସୋଲେଟେଡ ବେଡ ରଖାଯାଇଛି। ସେଠାରେ ମେଡିକାଲରେ ଭର୍ତ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଛି। ଏହା ଆଗକୁ ବଢ଼ିଲେ ବେଡ ସଂଖ୍ୟା ବଢ଼ାଯିବ ।

Leave A Reply

Your email address will not be published.