ଘରେ ଲଗାନ୍ତୁ ୱିଣ୍ଡ୍ ଚାଇମ୍,ହେବ ଭାଗ୍ୟୋଦୟ
ଘର ସାଜସଜ୍ଜା ସହିତ ଆଧ୍ୟାତ୍ମିକ ଶାନ୍ତି ପାଇଁ ଏବେ ୱିଣ୍ଡ୍ ଚାଇମ୍ର ଚାହିଦା ବେଶି ବୃଦ୍ଧି ପାଇଛି। ବିଶେଷକରି ଅନୁଯାୟୀ ୱିଣ୍ଡ୍ ପେଙ୍ଗୁଶୁଇରେ ଚାଇମ୍କୁ ଶୁଭ ଓ ସକାରାତ୍ମକ ଶକ୍ତିର ପ୍ରତୀକ ବୋଲି ଧରାଯାଏ। ଏହାର ରୁଣୁଝୁଣ୍ ଶବ୍ଦ ଘରର ପରିବେଶକୁ ଶାନ୍ତ ଓ ସୁସ୍ଥ କରିଥାଏ ବୋଲି ବିଶ୍ୱାସ ରହିଛି।
*ୱିଣ୍ଡ୍ ଚାଇମ୍ ଲଗାଇବାର ଲାଭ*
*ନକରାତ୍ମକ ଶକ୍ତି ଦୂର କରେ*
ୱିଣ୍ଡ୍ ଚାଇମ୍ର ମଧୁର ଧ୍ୱନି ଘରରେ ଥିବା ନେଗେଟିଭିଟିକୁ ଦୂର କରି ସକାରାତ୍ମକ ଏନର୍ଜି ସୃଷ୍ଟି କରେ ବୋଲି ମନ୍ୟତା ଅଛି।
*ସୁଖ-ସମୃଦ୍ଧି ବୃଦ୍ଧି କରେ*
ପେଙ୍ଗଶୁଇ ଅନୁସାରେ, ଘରଭିତରେ ୱିଣ୍ଡ୍ ଚାଇମ୍ର ଶବ୍ଦ ଗୁଞ୍ଜରିତ ହେଲେ ସମୃଦ୍ଧି ଓ ଶାନ୍ତି ବଜାୟ ରହେ। ପରିବାର ସଦସ୍ୟଙ୍କ ମଧ୍ୟରେ ଭଲପାଇବା ଓ ମଧୁର ସମ୍ପର୍କ ଗଢ଼ିଉଠେ।
*ଭାଗ୍ୟୋଦୟର ପ୍ରତୀକ*
୫ କିମ୍ବା ୭ ରଡ୍ ବିଶିଷ୍ଟ ୱିଣ୍ଡ୍ ଚାଇମ୍କୁ ଶୁଭ ମନାଯାଏ। ଏହା ଘରେ ଲଗାଇଲେ ଭାଗ୍ୟ ଉନ୍ନତି ଓ ସଫଳତା ଆସେ ବୋଲି ବିଶ୍ୱାସ।
*ବାସ୍ତୁ ଦୋଷ ନିବାରଣ*
ଘରରେ ବାସ୍ତୁ ଦୋଷ ଥାଇଥିଲେ ୱିଣ୍ଡ୍ ଚାଇମ୍ ଲଗାଇବା ଦ୍ୱାରା ସେଥିରୁ ମୁକ୍ତି ମିଳେ ବୋଲି କୁହାଯାଏ।
*କେଉଁଠି ଓ କେମିତି ଲଗାଇବେ?*
_ଘରର ମୁଖ୍ୟ ଦ୍ୱାର, ଝରକା କିମ୍ବା ବାଲକନୀରେ ଲଗାଇପାରିବେ।
_ପଶ୍ଚିମ କିମ୍ବା ଉତ୍ତର-ପଶ୍ଚିମ ଦିଗରେ ଧାତୁର ୱିଣ୍ଡ୍ ଚାଇମ୍ ଲଗାଇବା ଶୁଭ।
_ଦକ୍ଷିଣ-ପୂର୍ବ କିମ୍ବା ଦକ୍ଷିଣ ଦିଗରେ କାଠ କିମ୍ବା ବାଉଁଶରେ ତିଆରି ୱିଣ୍ଡ୍ ଚାଇମ୍ ଲଗାଇପାରିବେ।
*କଣ ଧ୍ୟାନ ରଖିବେ?*
ପ୍ଲାଷ୍ଟିକରେ ତିଆରି ୱିଣ୍ଡ୍ ଚାଇମ୍କୁ ଅଶୁଭ ମନାଯାଏ।
ସବୁବେଳେ ଭଲ ଗୁଣବତ୍ତାର ଧାତୁ, କାଠ କିମ୍ବା ବାଉଁଶର ୱିଣ୍ଡ୍ ଚାଇମ୍ ବାଛନ୍ତୁ।
ସମଗ୍ର ଭାବେ, ୱିଣ୍ଡ୍ ଚାଇମ୍ କେବଳ ଘରକୁ ସୁନ୍ଦର କରି ନଥାଏ, ବରଂ ମନକୁ ଶାନ୍ତି ଓ ଘରକୁ ସକାରାତ୍ମକତାରେ ପୁରଣ କରିଥାଏ ବୋଲି ପାରମ୍ପରିକ ମନ୍ୟତା ରହିଛି।