ପୁରୀ ବଡ଼ଦାଣ୍ଡରେ ପ୍ରବଳ ଗରମ ଓ ଅସହ୍ୟ ଗୁଳୁଗୁଳି

0

ପୁରୀ (ଆମ ଟିଭି): ଆଜି ହେଉଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । ପହଣ୍ଡିରେ ଆସି ରଥାରୂଢ଼ ହୋଇସାରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ତେବେ ପବିତ୍ର ରଥଯାତ୍ରାରେ ପୁରୀରେ ଦେଖିବାକୁ ମିଳିଛି ପ୍ରବଳ ଗରମ ସହ ଅସହ୍ୟ ଗୁଳୁଗୁଳି । ଦିନ ୧୧ଟା୩୦ ସୁଦ୍ଧା ପୁରୀରେ ୩୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

ସେହିପରି ବର୍ତ୍ତମାନ ପୁରୀରେ ଆର୍ଦ୍ରତା ୬୯ ପ୍ରତିଶତ ରେକର୍ଡ କରାଯାଇଛି । ଅନ୍ୟପକ୍ଷରେ ଆକାଶ ପ୍ରାୟ ମେଘ ଶୂନ୍ୟ ଥିବାରୁ ଖରାର ମାତ୍ରା ଓ ଉଚ୍ଚ ଆର୍ଦ୍ରତା ହେତୁ ଗୁଳୁଗୁଳି ରହିଥିବାରୁ ଯଥେଷ୍ଟ ମାତ୍ରାରେ ପାନୀୟ ଗ୍ରହଣ କରିବାକୁ ସୂଚନା ଜାରି କରାଯାଇଛି । ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

Leave A Reply

Your email address will not be published.