ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ

0

କିଛି ମାସର ବ୍ୟବଧାନ ପରେ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି। ଫଳରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ପଦାରେ ପଡ଼ିଛି। ଶ୍ରୀମନ୍ଦିର ଭିତରଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବୁଧବାର ଦେଖିବାକୁ ମିଳିଛି। ଉକ୍ତ ଫଟୋ ଭାଇରାଲ କରିଥିବା ଯୁବକ ଜଣଙ୍କ ହେଲେ ନିଖିଲ ଗିରି। ସେ ଶ୍ରୀମନ୍ଦିର ଭିତରଫଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ୍‌ କରିଛନ୍ତି। ଆନନ୍ଦ ବଜାରର ପ୍ରବେଶ ପଥରେ ଏହା ଉଠାଯାଇଛି ବୋଲି ଫଟୋରେ ଦେଖାଯାଉଛି। ଏଥିସହ ଶ୍ରୀମନ୍ଦିରର ସମ୍ପୂର୍ଣ୍ଣ ଫଟୋ ରହିଛି। ଶ୍ରୀମନ୍ଦିରକୁ ମୋବାଇଲ ଫୋନ୍‌ ନେବା ନିଷିଦ୍ଧ ଥିବାବେଳେ ଯୁବକ ଜଣକ କିଭଳି ମୋବାଇଲ ନେଲେ ତାକୁ ନେଇ ପ୍ରଶ୍ନ ଉଠିଛି। ପୋଲିସ ଘଟଣାର ତଦନ୍ତ କରି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି। ରଥଯାତ୍ରା ଦିନ ଫଟୋ ଉଠିଥିବା ଅନୁମାନ କରାଯାଉଛି, ତେବେ ସଠିକ୍‌ ସୂଚନା ଜଣାପଡ଼ିନାହିଁ। ଶ୍ରୀମନ୍ଦିର ଚାରିଦ୍ୱାରରେ ୨୪ ଘଣ୍ଟା ପୋଲିସ ରହୁଥିବା ବେଳେ ଭକ୍ତଙ୍କୁ ଯାଞ୍ଚ କରିବାରେ ଅବହେଳା ହେଉଥିବା ଅଭିଯୋଗ ହେଉଛି। ପୂର୍ବରୁ ଶ୍ରୀମନ୍ଦିର ଭିତର ଫଟୋ ଅନେକ ଥର ଭାଇରାଲ୍‌ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ନିଆଯାଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅନେକ ଜଗନ୍ନାଥପ୍ରେମୀ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.