କେନ୍ଦ୍ରାପଡ଼ା (ଆମ ଟିଭି): ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା । କୁମ୍ଭୀର ଗଣନା ପାଇଁ ଆଜିଠୁ ୧୪ ତାରିଖ ପର୍ୟ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଗତବର୍ଷ ଭିତରକନିକାରେ କୁମ୍ଭୀର ଗଣନା ବେଳେ ୧୭ ଶହ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା ।
ଚଳିତ ବର୍ଷ କୁମ୍ଭୀର ବିଶାରଦ ଡା. ସୁଧାକର କରଙ୍କ ନେତୃତ୍ୱରେ କୁମ୍ଭୀର ଗଣନା କରାଯିବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।