ଜୁପିଟର ପବ୍ଲିକ ସ୍କୁଲ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ଭୁବନେଶ୍ୱର:ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଗଙ୍ଗପଡ଼ାସ୍ଥିତ ଜୁପିଟର ପବ୍ଲିକ୍ ସ୍କୁଲ୍ ର ଛାତ୍ରଛାତ୍ରୀ, ଯୋଗଗୁରୁ, ଅଧ୍ୟକ୍ଷା, ଉପାଧ୍ୟକ୍ଷା
ଓ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କ ସହାୟତାରେ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଶିଷ୍ଟ ଯୋଗଗୁରୁ ଶ୍ରୀଯୁକ୍ତ ରାମ କିଶୋର ଶର୍ମା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଯୋଗ ର ଉପକାରିତା ବିଷୟରେ ସମସସ୍ତଙ୍କୁ ଅଳ୍ପ ବହୁତେ ଜଣା ଥିଲେ ବି ଯୋଗଗୁରୁ ରାମ କିଶୋର ଶର୍ମା ‘ରୋଗ ପାଇଁ ଯୋଗ’ ଉପରେ ଏକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ କି ଆଜିର ବ୍ୟସ୍ତ ବହୁଳ ଜୀବନ ଶୈଳୀ ମଧ୍ୟରେ ଯୋଗର ଉପକାରିତା ସମସ୍ତେ ଜାଣିଥିଲେ ବି ସମୟ ଅଭାବରୁ କେହି ଯୋଗ ଅଭ୍ୟାସ କରୁ ନାହାନ୍ତି । କିନ୍ତୁ ଆମ ଶରୀର ପାଇଁ ଯୋଗ ନିତ୍ୟାନ୍ତ ଜରୁରୀ । ଯୋଗ ଦ୍ବାରା ଆମ ଶରୀର ର ଶତକଡ଼ା ୯୦ ଭାଗ ରୋଗକୁ ଆମେ କବଳିତ କରିପାରିବା । ପ୍ରତିଦିନ ୧୦ ରୁ ୨୦
ମିନିଟ୍ ଯୋଗ କରିବା ନିହାତି ଦରକାର । ଯୋଗ ଏକ ଅଭ୍ୟାସ । ଯୋଗ ଦ୍ଵାରା ଆମ ମନ ଶାନ୍ତ ରହିଥାଏ ଏବଂ କର୍ମରେ ଏକାଗ୍ରତା

ବଢ଼ାଇଥାଏ । ଯୋଗ ସାଧନ ଦ୍ୱାରା ମନୁଷ୍ୟ ଦୀର୍ଘ ଜୀବନ ପ୍ରାପ୍ତ ହୁଏ ଏବଂ ସେ କହିଥିଲେ ଯୋଗ ଭାରତର ଏକ ପ୍ରାଚୀନ ପରମ୍ପରା, ଏକ ଅମୂଲ୍ୟ ଉପହାର । ଏହା ପ୍ରକୃତି ସହ ସମନ୍ବୟ ରକ୍ଷା କରିଥାଏ । ଯୋଗ କୁ କୌଣସି ନୀତି ରୂପରେ ନୁହେଁ ବରଂ ମନୁଷ୍ୟ ଜୀବନର ମୂଳଭୁତ ଆଧାରଶିଳା ଭାବେ ଗ୍ରହଣ କରିବା ଉଚିତ୍ ।