ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ

0

ରାଉରକେଲା(ଆମ ଟିଭି): ଅନ୍ତର୍ଜାତୀୟ ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କ ନାଁରେ ହତ୍ୟା ଅଭିଯୋଗ। ଖାଲି ବୀରେନ୍ଦ୍ର ନୁହଁ ତାଙ୍କ ବାନ୍ଧବୀ ମାନଜିତ ଟେଟେଙ୍କ ନାଁରେ ମଧ୍ଯ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତକ ଆନନ୍ଦ ଟପ୍ପୋ (୨୮) ପରିବାର ଲୋକ। ଏକ ସାମ୍ବାଦିକ ସମ୍ମିଳନୀରେ ମୃତକଙ୍କ ବାପା ବନ୍ଧନ ଟପ୍ପୋ, ମା ଆଶ୍ରିତା ଟପ୍ପୋ, ଦାଦା ଜିନ୍ଦା ଟପ୍ପୋ ଓ ଡାଲୁ ଟପ୍ପୋ ଏହି ଅଭଯୋଗ କରିଛନ୍ତି।

ସୂଚନା ଯୋଗ୍ୟ, ଗତ ଫେବୃଆରୀ ୨୮ ତାରିଖ ଦିନ ଭୁବନେଶ୍ୱର ଇନଫୋସିଟି ଥାନା ଅନ୍ତର୍ଗତ ଇନ୍ଫୋସିଟିର ଆୟୁଷ ରେଡିୟମ ଫ୍ଲାଟ୍ ନମ୍ବର ୪୦୧ରେ ବେକରେ ଶାଢ଼ି ଦେଇ ଆନନ୍ଦ ଆତ୍ମହତ୍ୟା କରିଥିବା ବୀରେନ୍ଦ୍ର ମୃତକଙ୍କ ବାପାଙ୍କୁ ଫୋନ ମାଧ୍ୟମରେ ସୂଚନା ଦେଇଥିଲେ। ମୃତକଙ୍କ ବେକରେ ୨ଟି ଦାଗ ରହିଥିଲା। ୧୦ ଦିନ ପୂର୍ବରୁ ଆନନ୍ଦ ବିବାହ କରିଥିଲେ। ବୀରେନ୍ଦ୍ର ଲାକ୍ରା ଓ ଆନନ୍ଦ ପିଲାଦିନର ସାଙ୍ଗ ଥିଲେ। ଗତ ନଭେମ୍ବର ମାସରେ ବୀରେନ୍ଦ୍ର ମୃତକଙ୍କ ଘରେ ପହଞ୍ଚି ତା ବାପାଙ୍କୁ କହିଥିଲେ,”ଆନନ୍ଦ ଏମିତି କଣ ହେଉଛି। ତାକୁ ମନା କର। ଏ ବିଷୟରେ କିନ୍ତୁ ବୀରେନ୍ଦ୍ର ଆଉ କିଛି ଅଭିଯୋଗ କରିନଥିଲେ। ଏମିତିକି ମୃତ୍ୟୁ ଦିନ ବୀରେନ୍ଦ୍ର ଘଟଣାସ୍ଥଳକୁ ନେଇକି ଗଲେନି। ଯେତେ ଅନୁରୋଧ କଲେ ବି ସେ ବାହାନା କରିବା ସହ ଇନଫୋସିଟି ଥାନାକୁ ଡାକିଥିଲେ। ମୃତକ ଆନନ୍ଦ ଓ ବୀରେନ୍ଦ୍ରଙ୍କ ସହ ରହୁଥିବା କୁତ୍ରା ବ୍ଲକ ଅନ୍ତର୍ଗତ ସମଲେଇମୁଣ୍ଡାର ମୂଳ ନିବାସୀ ମନଜିତ ଏକାସାଙ୍ଗରେ ପାଠ ପଢିଥିଲେ ଓ ଭଲ ବନ୍ଧୁ ଥିଲେ। ମୃତ୍ୟୁ ଦିନ ଉକ୍ତ ଫ୍ଲାଟରେ କେବଳ ବୀରେନ୍ଦ୍ର ଓ ମନଜିତ ଉପସ୍ଥିତ ଥିଲେ। ଭୁବନେଶ୍ୱର ପୁଲିସ ସହାୟତା କରୁନଥିବା ଅଭିଯୋଗ ହୋଇଛି। ଏଣୁ ସିବିଆଇ ତଦନ୍ତ ଦାବି କରିଛନ୍ତି।

Leave A Reply

Your email address will not be published.