ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳାଦିବସ
ଭୁବନେଶ୍ୱର ମଦନପୁରସ୍ଥିତ ନିସ୍ ଶିକ୍ଷାନୁଷ୍ଠାନରେ ଅନ୍ତର୍ଜାତୀୟ ମହିଳାଦିବସ ପାଳିତ ହୋଇ ଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ କ୍ଷାବିତ୍ ସମାଜସେବୀ ଡକ୍ଟର ଦିଲ୍ଲିପ ଶ୍ରୀଚନ୍ଦନ ମୂଖ୍ୟ ଅତିଥ, ସମ୍ମାନୀତ ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଆ କଣ୍ଠଶିଳ୍ପୀ ସୁସ୍ମିତା ଦାସ୍, ଓଲିଉଡ଼ ସିନେ ଅଭିନେତ୍ରୀ ମାମା ସାମଲ ଓ ଅଭିନେତା ସୂର୍ଯ୍ୟକାନ୍ତ ସାମଲ ପ୍ରମୁଖ ଯୋଗଦେଇ ଆନ୍ତର୍ଜାଜାତିକ ମହିଳାଦିବସ ସମ୍ପର୍କରେ ସେମାନଙ୍କର ସାରଗର୍ଭକ ମତବ୍ୟକ୍ତ କରିଥିଲେ । ଏଥିରେ ଅନୁଷ୍ଠାନର ପ୍ରତିଷ୍ଠାତା ଡକ୍ତର ସୁଭାଷ ଚନ୍ଦ୍ର ନାୟକ, ସହ ପ୍ରତିଷ୍ଠାତା ପ୍ରଫେସର ସୃତିସୁଧା ନାୟକ, ଡ଼ିନ୍ ପ୍ରଫେସର ବିଷ୍ଣୁ ପାଲ୍, ଉପନିର୍ଦ୍ଦେଶକ ପ୍ରଫେସର ଦୁଷ୍ମନ୍ତ କୁମାର ପଟ୍ଟନାୟକ, ପ୍ରଶାସନିକ ଅଧିକାରୀ ପିତାମ୍ବର ଚଇନିଙ୍କ ସହିତ ଅଧ୍ୟାପକ, ଅଧାପିକା ଓ ତ୍ରଛାତ୍ରୀମାନେ ଯୋଗଦେଇଥିଲେ ।