ସମ୍ବଲପୁରରେ ଆଉ ୨୪ ଘଣ୍ଟା ବନ୍ଦ ହେଲା ଇଣ୍ଟରନେଟ୍

0

ସମ୍ବଲପୁର (ଆମ ଟିଭି): ସମ୍ବଲପୁରରେ ହିଂସା ଘଟଣାକୁ ନେଇ ଏବେ ବି ସ୍ୱଭାବିକ ହୋଇନି ପରିସ୍ଥିତି । ସେଥିପାଇଁ ସମ୍ବଲପୁରରେ ଆଉ ୨୪ ଘଣ୍ଟା ଇଣ୍ଟରନେଟ୍ ସେବା ବନ୍ଦ । ଆସନ୍ତାକାଲି ସକାଳ ୧୦ଟା ପର୍ୟ୍ୟନ୍ତ ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ । ୪ ଦିନ ହେଲା ସହରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଦୁଇଟି ପର୍ୟ୍ୟାୟରେ ଆଜି ସକାଳ ୧୦ଟା ପର୍ୟ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ । ଏବେ ପୁଣି ଥରେ ଇଣ୍ଟରନେଟ୍ ବନ୍ଦ ଅବଧି ବୃଦ୍ଧି କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଗଣ୍ଡଗୋଳ ଘଟଣାରେ ଆଉ ୬ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦାରୀ ସଂଖ୍ୟା ୮୫ରେ ପହଞ୍ଚିଛି । ଶନିବାରଠାରୁ ପୋଲିସ ଡିଜି ସମ୍ବଲପୁରରେ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଘନ ଘନ ବୈଠକ କରୁଛନ୍ତି ପୋଲିସ ଡିଜି ।ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ । ତେଣୁ ଟଙ୍କା ନେଣଦେଣ କରିବାରେ ଲୋକେ ଅନେକ ଅସୁବିଧା ଭୋଗୁଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଟଙ୍କାର ଆବଶ୍ୟକତା ରହୁଛି ।

 

Leave A Reply

Your email address will not be published.