ଭାରତ ଆସିବାକୁ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ନିମନ୍ତ୍ରଣ

0

ନୂଆଦିଲ୍ଲୀ(ଆମ ଟିଭି): ପାକିସ୍ତାନ ଏବେ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏହାରି ଭିତରେ ଭାରତକୁ ଶତ୍ରୁ ଭାବୁଥିବା ପାକିସ୍ତାନ ମୋଦୀଙ୍କୁ ପ୍ରଶଂସା କରିଛି । ଅନ୍ୟପଟେ ଭାରତ ଆସିବାକୁ ପାକିସ୍ତାନକୁ ଆମନ୍ତ୍ରଣ କରାଯାଇଥିବା ଦେଖିବାକୁ ମିଳିଛି। ମେ ମାସରେ ଗୋଆରେ ଆୟୋଜିତ ହେବ ଏସସିଓ ବୈଠକ । ତେଣୁ ଭାରତ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋଙ୍କୁ ଯୋଗ ଦେବାକୁ ନିମନ୍ତ୍ରଣ କରିଛି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଜରିଆରେ ତାଙ୍କ ପ୍ରତିପକ୍ଷଙ୍କୁ ଏହି ଆମନ୍ତ୍ରଣ ପଠାଇଛନ୍ତି । ଯଦି ପାକିସ୍ତାନ ଭାରତର ନିମନ୍ତ୍ରଣକୁ ଗ୍ରହଣ କରେ ତେବେ ଦୀର୍ଘ ୧୨ ବର୍ଷ ପରେ ପାକିସ୍ତାନର କୌଣସି ସରକାରୀ ଅଧିକାରୀ ଭାରତ ଗସ୍ତରେ ଆସିବେ ।

ଅନ୍ତିମ ଥର ପାଇଁ ୟୁପିଏ ସରକାର ବେଳେ ୨୦୧୧ରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ହିନା ରବିନା ଖାନ୍ ଭାରତ ଗସ୍ତରେ ଆସିଥିଲେ । ତେଣୁ ଏବେ ଯଦି ଭୁଟୋ ଭାରତ ଗସ୍ତରେ ଆସିବେ ତାହେଲେ ଦୁଇ ଦେଶ ମଧ୍ୟରେ ଥିବା ସଂପର୍କରେ ଗୋଟିଏ ବଡ ପରିବର୍ତନ ଆସିବ । ଆତଙ୍କବାଦକୁ ନେଇ ଦୁଇ ଦେଶ ମଧ୍ୟରେ ବିବାଦ ଜାରି ରହିଛି । ଉଭୟ କ୍ରୀଡା ଠାରୁ ଆରମ୍ଭ କରି କୂଟନୀତିକ ସ୍ତରରେ ଦୁଇ ଦେଶ ମଧ୍ୟରେ ବିବାଦ ରହିଛି । ଭାରତ ଏହି ଆମନ୍ତ୍ରଣ କରିବା ପୂର୍ବରୁ ଆର୍ଥିକ ସମସ୍ୟାର ସାମ୍ନା କରୁଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଭାରତ ସହିତ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.