ଯୋଗୀ ଆଦିତ୍ୟନାଥ ଓ ଉତ୍ତରପ୍ରଦେଶ ରାଜ୍ୟପାଳଙ୍କୁ ରାମମନ୍ଦିର ପ୍ରତିଷ୍ଠା ପାଇ ଆସିଲା ନିମନ୍ତ୍ରଣ ପତ୍ର

0

ନୂଆଦିଲ୍ଲୀ :କୋଟି କୋଟି ଲୋକଙ୍କ ବିଶ୍ୱାସର ପ୍ରତୀକ ଶ୍ରୀ ରାମଙ୍କ ମନ୍ଦିରର ଉଦଘାଟନ ତାରିଖ ଦିନକୁ ଦିନ ପାଖେଇ ଆସୁଛି । ଏହି କାର୍ଯ୍ୟକ୍ରମ ପାଇଁ ଏକ ବିଶାଳ ପ୍ରସ୍ତୁତି ଚାଲିଛି । ଶୁକ୍ରବାର ଦିନ ଶ୍ରୀ ରାମ ଜନ୍ମଭୂମି  ସାଧାରଣ ସମ୍ପାଦକ ଚମ୍ପତ ରାୟ ଏବଂ କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରିଜୀ ମହାରାଜ ଉତ୍ତରପ୍ରଦେଶର ସିଏମ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟପାଳ ଆନନ୍ଦିବନ୍‌ ପଟେଲଙ୍କୁ ରାମ ମନ୍ଦିରର ଉଦଘାଟନ ପାଇଁ ସରକାରୀ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି ।

ଶ୍ରୀ ରାମ ରାମଜନ୍ମଭୂମିି ଟ୍ରଷ୍ଟ କୋଷାଧ୍ୟକ୍ଷ ଗୋବିନ୍ଦ ଦେବ ଗିରି ମହାରାଜ କହିଛନ୍ତି ଯେ ଆଜି ଆମେ ଗୋରଖନାଥ ମନ୍ଦିର ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବାକୁ ନିମନ୍ତ୍ରଣ କରିବାକୁ ଆସିଛୁ । ଶ୍ରୀ ରାମ ଜନ୍ମଭୂମି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ମଧ୍ୟ ମୋ ସହ ଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ଆମେ ରାଜ୍ୟପାଳ ଏବଂ ସିଏମ୍‌ଙ୍କୁ ନିମନ୍ତ୍ରଣ କରିଛୁ । ସେ ଏହାକୁ ଖୁସିରେ ଗ୍ରହଣ କରିଛନ୍ତି ।

Leave A Reply

Your email address will not be published.