IPL 2026: ଏତିକି କୋଟିରେ ବିକ୍ରି ହୋଇଗଲା Rajasthan Royals, ପାଲଟିଲା IPLର ସବୁଠୁ ମହଙ୍ଗା ଟିମ୍

0

IPL ୨୦୨୬ ଆରମ୍ଭ ହେବାକୁ ଆଉ ମାତ୍ର କେଇଟା ଦିନ ବାକି ରହିଛି। ଏହା ପୂର୍ବରୁ ବିକ୍ରି ହୋଇଗଲା ଆଇପିଏଲର ପ୍ରଥମ ସଂସ୍କରଣର ଚାମ୍ପିଅନ ରାଜସ୍ଥାନ ରୟାଲ୍ସ। ଆରଆର ଟିମ୍ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି ହୋଇଛି। ଆମେରିକାର ଉଦ୍ୟୋଗପତି କଲ ସୋନାମୀଙ୍କ ନେତୃତ୍ଵାଧୀନ ସଂସ୍ଥା RR ଫ୍ରାଞ୍ଚାଇଜକୁ ପ୍ରାୟ ୧୫ ହଜାର ୨୮୬ କୋଟି ଟଙ୍କାରେ କିଣି ନେଇଛି। କଲ ସୋମାନୀଙ୍କ ବ୍ୟତୀତ IntraEdge, Academian ଓ Truyo ଡଟ୍ AI ନାମକ କମ୍ପାନି ମଧ୍ୟ ମାଲିକାନାରେ ସାମିଲ୍।

ଏହି ଦିନଠୁ ଚାଲିଥିଲା ପ୍ରକ୍ରିୟା

ଏହି ଚୁକ୍ତିନାମାରେ କଲ ସୋନାମୀଙ୍କୁ ଓ୍ଵାଲମାର୍ଟ ପରିବାରର ଆମେରିକୀୟ ବ୍ୟବସାୟୀ ରବ ଓ୍ଵାଲଟନ ଓ ହ୍ୟାମ୍ପ ପରିବାରର ସମର୍ଥନ ମିଳିଛି। ରାଜସ୍ଥାନ ରୟାଲ୍ସର ନୂଆ ମାଲିକ କଲ ସୋମାନୀ ପୂର୍ବରୁ ହିଁ ଏହି ଟିମରେ ଅଳ୍ପ ସେୟାର ରଖିଥିଲେ। ମାତ୍ର ଏବେ ସେ ସଂପୂର୍ଣ୍ଣ ଭାବେ ରାଜସ୍ଥାନ ରୟାଲ୍ସକୁ କିଣି ନେଇଛନ୍ତି। ରିପୋର୍ଟ ମୁତାବକ ଚୁକ୍ତିନାମାରେ ସମ୍ବନ୍ଧିତ ପକ୍ଷ ଦସ୍ତଖତ କରି ସାରିଛନ୍ତି। କିନ୍ତୁ ବାକି ଥିବା ଔପଚାରିକତା IPL ୨୦୨୬ ଶେଷ ସୁଦ୍ଧା ପୂରା ହୋଇଯିବ। ଟିମକୁ ବିକ୍ରି କରିବା ପାଇଁ ଆଜି ନୁହେଁ ବରଂ ୬ ମାସ ତଳୁ ଆଲୋଚନା ଚାଲିଥିଲା।

ଏହା ପୂର୍ବରୁ ରାଜସ୍ଥାନ ରୟାଲ୍ସର ଟିମର ମାଲିକାନା ଏମର୍ଜିଂ ମିଡିଆ ଭେଞ୍ଚର୍ସ ପାଖରେ ଥିଲା, ଯାହାର ନେତୃତ୍ଵ ନେଉଥିଲେ ବ୍ରିଟିଶ ବ୍ୟବସାୟୀ ମନୋଜ ବଦାଲେ। ତାଙ୍କର ଯାହା କିଛି ବି ସେୟାର କଲ ସୋନାମୀଙ୍କ ପାଖରେ ଥିଲା। କିନ୍ତୁ ଚୁକ୍ତିନାମା ପରେ ଏବେ କଲ ସୋମାନି ଏହି ଟିମର ମାଲିକ ହୋଇଛନ୍ତି ଏବଂ ସଂପୂର୍ଣ୍ଣ ସେୟାର ତାଙ୍କ ପାଖକୁ ଚାଲି ଯାଇଛି।

ଆଇପିଏଲର ପ୍ରଥମ ଟାଇଟଲ୍ ଜିତିଥିବା ରାଜସ୍ଥାନ ରୟାଲ୍ସ ଏକ ବିଲିୟନ ଡଲାରରେ ବିକ୍ରି ହେବାରେ ଆଇପିଏଲର ପ୍ରଥମ ଟିମ୍ ହୋଇଛି। ଏହା ପୂର୍ବରୁ ସଞ୍ଜୀବ ଗୋଏନକାଙ୍କ ଆରପିଏସଜି ଗ୍ରୁପ ଲକ୍ଷ୍ନୌ ସୁପର ଜାଏଣ୍ଟସଙ୍କୁ ୯୪ କୋଟି ଡଲାରରେ କିଣିଥିଲା। ତେବେ ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ମୂଲ୍ୟ ବହୁତ କମ ଥିଲା। ଯେବେ ଏହି ଟିମ୍ ୨୦୦୮ରେ ଗଠନ ହୋଇଥିଲା, ସେହି ସମୟରେ ଏହାର ମୂଲ ମାତ୍ର ୬.୭ କୋଟି ଡଲାର ରହିଥିଲା। ଏହା ସେହି ସମୟରେ ସବୁଠୁ ଶସ୍ତା ଟିମ୍ ମଧ୍ୟରେ ଗୋଟିଏ ଥିଲା। ମାତ୍ର ଏବେ ରାଜସ୍ଥାନ ରୟାଲ୍ସ IPLର ସବୁଠୁ ମହଙ୍ଗା ଟିମରେ ପରିଣତ ହୋଇଛି।

ବିକ୍ରି ହୋଇପାରେ RCB

ସୂତ୍ର ମୁତାବକ ରାଜସ୍ଥାନ ରୟାଲ୍ସ ପରେ ଏବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟ ବିକ୍ରି ହେବାର ସମ୍ଭାବନା ରହିଛି। ଆଉ ଏହାର ମୂଲ୍ୟ ରାଜସ୍ଥାନ ରୟାଲ୍ସଠୁ ବେଶ ଅଧିକ ରହିପାରେ। ଅନେକ ରିପୋର୍ଟ ଏହା ମଧ୍ୟ କୁହାଯାଇଛି ଯେ, ଆରସିବିର ମୂଲ୍ୟ ୨ ବିଲିୟନ ଡଲାରରୁ ଅଧିକ ହୋଇପାରେ।

Leave A Reply

Your email address will not be published.