୨୦୨୩ରେ ନୂଆ ନିୟମ ସହ ଖେଳାଯିବ ଆଇପିଏଲ

0

ମୁମ୍ବାଇ: ନୂଆ ନିୟମ ସହ ୨୦୨୩ରେ ଖେଳାଯିବ ଆଇପିଏଲ। ଟାଟିକାଲ ସବଷ୍ଟିଚ୍ୟୁଟ ବା ବଦଳ ଖେଳାଳି ନିୟମକୁ ପ୍ରଥମଥର ପାଇଁ ଆଇପିଏଲରେ ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏହି ଟାଟିକାଲ ସବଷ୍ଟିଚ୍ୟୁଟ ନିୟମ ସମ୍ପର୍କରେ ବିସ୍ତୃତ ତଥ୍ୟ ଦିଆଯାଇନି। କିନ୍ତୁ ବିସିସିଆଇ ପରୀକ୍ଷାମୂଳକ ଭାବେ ଏହି ନିୟମକୁ ନିକଟରେ ଶେଷ ହୋଇଥିବା ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଲାଗୁ କରୁଥିଲା। ଏବେ ଆଇପିଏଲର ୨୦୨୩ ସଂସ୍କରଣରେ ମଧ୍ୟ ଏହାକୁ ଲାଗୁ କରିବାକୁ ଯୋଜନା କରାଯାଇଛି।

ଆଇପିଏଲ ପକ୍ଷରୁ ଜାରି ଗୋଟିଏ ବିବୃତିରେ କୁହାଯାଇଛି ଯେ ୨୦୨୩ ସଂସ୍କରଣ ଠାରୁ ଗୋଟିଏ ଟାଟିକାଲ/ଷ୍ଟ୍ରାଟେଜିକ କନସେପଟ ଲାଗୁ କରାଯିବ। ଏହି ନିୟମ ଅନୁସାରେ ପ୍ରତି ଟିମ ପାଇଁ ଜଣେ ବଦଳ ଖେଳାଳି ରହିବ। ଏହି ଖେଳାଳି ଜଣଙ୍କ ମ୍ୟାଚ୍‌ରେ ସକ୍ରିୟ ଭୂମିକା ନେଇପାରିବେ। ଏ ସମ୍ପର୍କରେ ବିସ୍ତୃତ ନିୟମ ଖୁବଶୀଘ୍ର ଜାରି ହେବ।”

ଅନ୍ୟପକ୍ଷରେ ଏହି ନିୟମ କେମିତି ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟ ଭାବେ ଜଣାପଡ଼ିନାହିଁ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଯେଉଁ ନିୟମ ଥିଲା ସମ୍ଭବତଃ ତଦ୍‌ନୁଯାୟୀ ଆଇପିଏଲରେ ବ୍ୟବସ୍ଥା କରାଯିବ। ଯଦି ସେହିପରି କିଛି ହୁଏ, ତା’ହେଲେ ଏହା ନିଶ୍ଚିତ ଭାବେ ଦଳଗୁଡ଼ିକୁ ଫାଇଦା ଦେବ।

ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଟସ୍‌ ବେଳେ ଦଳଗୁଡ଼ିକ ସେମାନଙ୍କ ଚୂଡ଼ାନ୍ତ ଏକାଦଶ ବ୍ୟତୀତ ୪ ଜଣଙ୍କୁ ବଦଳ ଖେଳାଳି ଭାବେ ସଂରକ୍ଷିତ କରି ରଖୁଥିଲା। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଇମ୍ପାଟ ଖେଳାଳି ଭାବେ ବ୍ୟବହାର କରୁଥିଲେ। ଏହି ଇମ୍ପାକ୍ଟ ଖେଳାଳି ଜଣଙ୍କ ୧୪ ଓଭର ପୂର୍ବରୁ ଚୂଡ଼ାନ୍ତ ଏକାଦଶରେ ଥିବା ଯେକୌଣସି ଖେଳାଳିଙ୍କ ବଦଳରେ ମୈଦନାନକୁ ଓହ୍ଲାଇ ପାରିବେ। ଏଥିସହ ତାଙ୍କୁ ସଂପୂର୍ଣ୍ଣ ଭାବେ ବ୍ୟାଟିଂ କିମ୍ବା ବୋଲିଂ କରିପାରିବାର ସୁଯୋଗ ମିଳିବ।

Leave A Reply

Your email address will not be published.